Site icon Odisha.com

‘ଓଡ଼ିଶା ଜନମୋର୍ଚ୍ଚା’ କଂଗ୍ରେସର ବି ଟିମ୍ -ମୁଖ୍ୟମନ୍ତ୍ରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଅକ୍ଟେବର ୧ (ଓଡ଼ିଶା ଡ଼ଟ୍ କମ୍) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆକରି ଗଠିତ ହୋଇଥିବା ‘ଓଡ଼ିଶା ଜନମୋର୍ଚ୍ଚା’ ବିରୋଧରେ ମୁହଁ ଖୋଲିଛନ୍ତି ।

ସେ କହିଛନ୍ତି ଏହା କଂଗ୍ରେସର ବି ଟିମ୍ । ଏହା ଦଦ୍ୱାରାବିଜେଡିର କିଛି କ୍ଷତି ହେବ ନାହିଁ । ମଂଚର କୌଣସି ପ୍ରଭାବ ବିଜଦ ଉପରେ ପଡ଼ିବ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କୁ ଯବାବ ଦେଇଛି କଂଗ୍ରେସ । ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଲେ କଂଗ୍ରେସ ଗୋଟିଏ ଦଳ । ଏହାର ଏ ବି କି ସି ଟିମ୍ ନାହିଁ । ନବୀନବାବୁଙ୍କ ଭିତରେ କାହିଁକି ଛନକା ପସି ଯାଇଛି ତାହାର ଉତର ଦେଇପାରିବେ ନାହିଁ ବୋଲି ପିସିସି ସଭାପତି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version