Site icon Odisha.com

ଖଣି ଲିଜ ନବୀକରଣ ପାଇଁ ରାଜ୍ୟ ସରକାର ନୂଆ ପ୍ରସ୍ତାବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୫ (ଓଡ଼ିଶା ଡ଼ଟ୍ କମ୍) – ଏଣକି ଖଣି ଲିଜକୁ ନିର୍ଦ୍ଧିଷ୍ଟ ଭାବେ ବା ମୁହଁଦେଖା କାହାକୁ ପ୍ରଦାନ କରାଯିବ ନାହିଁ । ଏ କ୍ଷେତ୍ରରେ ସମସ୍ତଙ୍କୁ ସାମିଲ କରାଯିବ ଓ ସମବଣ୍ଟନ ବ୍ୟବସ୍ଥା କରାଯିବ ।

ଲିଜ ପ୍ରଦାନ ସମୟରେ ସମ୍ପୃକ୍ତ ଶିଳ୍ପର ଅବସ୍ଥିତି ଯାଞ୍ଚ ହେବ । ଆବଶ୍ୟକତାଠାରୁ ଅଧିକ ଖଣି କାହାକୁ ପ୍ରଦାନ କରାଯିବ ନାହିଁ । ଖଣିଜ ପଦାର୍ଥର ମହଜୁଦ ପରିମାଣ ମଧ୍ୟ ବିଚାରକୁ ନିଆଯିବ ।

ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଦଦ୍ୱାରାପ୍ରସ୍ତୁତ ଏହି ନିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କଲାପରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ନିୟମ ରାଜ୍ୟର ଖଣି କାରବାର ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ବିଚାର କରାଯାଉଛି ।

ଖଣି ଲିଜ ନବୀକରଣ ପାଇଁ ରାଜ୍ୟ ସରକାର ନୂଆ ପ୍ରସ୍ତାବ ଅନୁଯାୟୀ ଦ୍ୱିତୀୟ ବା ପରବର୍ତୀ ଖଣି ଲିଜ ନବୀକରଣକୁ କୌଣସି ଖଣି ଲିଜଧାରୀ ନିଜର ଅଧିକାର ବୋଲି ମନେକରିବେ ନାହିଁ ।

ଲୁହାପଥର, ମାଙ୍ଗାନିଜ, କ୍ରୋମାଇଟ, ବକ୍ସାଇଟ ଖଣିଗୁଡ଼ିକ ଲିଜ ପ୍ରଦାନ କ୍ଷେତ୍ରରେ ଆଇନର ସଂଶୋଧନକରି ସରକାର ପ୍ରଣୟନ କରିଥିବା ଏହି ନୂଆ ଆଇନ ୧୯୯୬ ମସିହାରେ ପ୍ରଦତ ସୁପ୍ରିମ କୋର୍ଟ ରାୟ ଆଧାରରେ ପ୍ରସ୍ତୁତ କରାଯାଇଛି ।

ତେବେ ଏହି ନବୀକରଣ ନିୟମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ କମ୍ପାନୀ ଅଥବା ନିଗମ କ୍ଷେତ୍ରରେ ପ୍ରଯୁଜ୍ୟ ହେବନାହିଁ ।

ଏ ସମ୍ପର୍କରେ ବିଭାଗୀୟ ସଚିବ ରାଜେଶ ବର୍ମା ପ୍ରଦାନ କରିଥିବା ସୂଚନାନୁଯାୟୀ, ଲିଜଧାରୀ ଉତୋଳିତ ଖଣିଜ ପଦାର୍ଥକୁ ରାଜ୍ୟରେ ଉପଯୋଗ କରୁଛନ୍ତିି କି ନାହିଁ ତାହା ମଧ୍ୟ ଲକ୍ଷ୍ୟ କରାଯିବ ।

ପୁନଶ୍ଚ ଲିଜଧାରୀ ନବୀକରଣ ସମୟରେ ଜଙ୍ଗଲ ଓ ପରିବେଶ ଆଇନ, ଜଳ ଓ ବାୟୁ ନୀତି ଇତ୍ୟାଦି ପରିପୂରଣ କରୁଛନ୍ତି କି ନାହିଁ ତାହା ବିଚାରକୁ ନିଆଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version