Site icon Odisha.com

୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ମିଳିବ ଏତଲା କପି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଅକ୍ଟୋବର ୫(ଓଡ଼ିଶା ଡ଼ଟ୍ କମ୍)- ଥାନାରେ ଅଭିଯୋଗକାରିଙ୍କ ଭଳି ଅଭିଯୁକ୍ତମାନଙ୍କୁ ଏଣିକି ୨୪ ଘଣ୍ଟା ମଧ୍ୟରେ ମିଳିବ ଏତଲା କପି ।

୨୪ ଘଣ୍ଟା ମଧ୍ୟରେ ଏତଲାର କପି ୱେବସାଇଟରେ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଜାନୁୟାରୀ ୩୧ ତାରିଖ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଆଜି ଓଡିଶା ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।

ହାଇକୋର୍ଟ ଏହି ମାମଲାରେ ଆବେଦନକାରୀ ଓ ପ୍ରତିପକ୍ଷ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁକ୍ତି ଶୁଣିବାପରେ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ଏ ସଂପକରେ ଏକ ଜନସ୍ୱାଥ ସମ୍ବଳିତ ମାମଲା ରୁଜ କରିଥିଲେ ।

ଏଥିରେ ସେ ଦର୍ଶାଇଥିଲେ ଥାନାରେ ଦରଜ ହେଉଥିବା ସମସ୍ତ ଏତଲା କପି ଅଭିଯୋଗକାରିଙ୍କୁ ବିନାମୂଲ୍ୟରେ ଯୋଗାଇ ଦିଆ ଯାଉଥିବା ବେଳେ ଅଭିଯୁକ୍ତକାରୀମାନଙ୍କୁ ଏହାର ନକଲ ବିନା ମୂଲ୍ୟରେ ଯୋଗାଇ ଦେବାକୁ ସରକାରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାପାଇଁ ସେ ଯୁକ୍ତି କରିଥିଲେ ।

ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡ ଓ ବିଚାରପତି ସଂଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ତାଙ୍କ ଆଦଶରେ ଏହା ସ୍ପଷ୍ଟ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version