Site icon Odisha.com

ଶିକାରୀ ବିଛାଇଥିବା ବିଦ୍ୟୁତ ତାରରେ ବାରହା, ଦୁଇ ହାତୀ ମୃତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୬ (ଓଡ଼ିଶା ଡ଼ଟ୍ କମ୍)–ଗଞ୍ଜାମ ଜିଲ୍ଲା ଅନ୍ତଗତ ଗାଲେରି ରେଞ୍ଜ କରଡାବଣି ଜଙ୍ଗଲରୁ ଦୁଇଟି ହାତୀ ଓ ଗୋଟିଏ ବାର୍ହାର ମୃତଦେହ ଶନିବାର ଉଦ୍ଧାର କରାଯାଇଛି । ସେମାନଙ୍କ ବିଦ୍ୟୁତ୍ ଆଘାତ୍ ରେ ମୃତ୍ୟୁ ଘଟିଛି ।

ବାରହା ଶିକାର ପାଇଁ ଶିକାରୀମାନେ ବିଛାଇଥିବା ବିଦ୍ୟୁତ ତାର ଯୋଗୁଁ ଏହି ନିରୀହ ଜୀବଙ୍କ ପ୍ରାଣହାନୀ ଘଟିଛି ।

ଇତି ମଧ୍ୟରେ ଏହି ଅଞ୍ଚଳରେ ଚୋରା ଶିକାରୀଙ୍କ ବେଆଇନ ପଶୁ ଶିକାର ବୃଦ୍ଧି ପାଇଛି । ଖବରପାଇ ଜଙ୍ଗଲ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି‚ତଦନ୍ତ ଜାରି ରଖିଛନ୍ତି ।

ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ । ଘଟଣାସ୍ଥଳରୁ ବିଦ୍ୟୂତ ତାର ଜବତ କରାଯାଇଛି । ସ୍ଥାନୀୟ ବାସିନ୍ଦା ଚନ୍ଦ୍ରଶେଖର ମିଶ୍ର ଆମ ସମ୍ବାଦଦାତାକୁ କହିଛନ୍ତି ଯେ ଏ ଘଟଣା ନୁଆ ନୁହେଁ । ଚୋରା ଶିକାରୀମାନେ ଏହି ପରି ଚୋରା ଶିକାର କରୁଚନ୍ତି । ଯାହା ଫଳରେ ଅନେକ ଜୀବଜନ୍ତୁ ଶିକାର ହେଉଛନ୍ତି ।

ରାଜ୍ୟରେ ହାତୀ ମୃତ୍ୟୁ ନୁଆ ନୁହେଁ । ୨୦୦୮ରୁ ୨୦୧୨ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୨୮୨ଟି ହାତୀମୃତ୍ୟୁ ମୁଖରେ ପଡିଛନ୍ତି । ବିଦ୍ୟୂତ ଆଘାତରେ ୩୦ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ୧୬ଟି, ଗୁଳିରେ ୨୫ଟି, ବିଷଖାଇ ୧୬ଟି ଓ ଶିକାରୀଙ୍କ ଦ୍ୱାରା୨୪ଟି ହାତୀ ମୃତ୍ୟୁ ମୁଖରେ ପଡିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version