Site icon Odisha.com

ମହିଳା କନଷ୍ଟେବଲଙ୍କ ସୁରକ୍ଷା ଲାଗି ମହିଳା କମିଶନଙ୍କ ପ୍ରସ୍ତାବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୭(ଓଡ଼ିଶା ଡ଼ଟ୍ କମ୍)-ଗତମାସ ୬ ତାରିଖରେ ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗ ଲୋୟର ପିଏମଜିରେ କଂଗ୍ରେସର ପରିବର୍ତନ ସମାବେଶ ହିଂସାରେ ମହିଳା କନଷ୍ଟେବଳ ପ୍ରମିଳା ପାଢୀଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତକରି ଜାତୀୟ ମହିଳା କମିଶନ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି ।

ଏ ଘଟଣାକୁ କମିଶନ ନିନ୍ଦା କରିବା ସହ ନିଜ ପକ୍ଷରୁ ତଦନ୍ତ କରିଥିଲେ । କମିଶନଙ୍କ ନିର୍ଦେଶକ୍ରମେ ଦୁଇଜଣିଆ ସଦସ୍ୟ ଟିମ ଓଡ଼ିଶା ଆସି ଏହି ଘଟଣାର ତଦନ୍ତ ସେପ୍ଟେମ୍ବର ୨୦ ତାରିଖରୁ ଆରମ୍ଭ କରିଥିଲା ।

ଏନସିଡବ୍ଲୁ୍ୟ ସଦସ୍ୟ ଚାରୁୱାଲି ଖାନ୍ନା ଓ ମହିଳା ସ୍ୱେଚ୍ଛାସେବୀ ମାନସୀ ପ୍ରଧାନଙ୍କ ଟିମ ତଦନ୍ତ କରି କମିଶନଙ୍କୁ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟକୁ ଏନସିଡବ୍ଲୁ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରି ଆଗାମୀ ଦିନରେ ମହିଳା କନଷ୍ଟେବଲଙ୍କ ସୁରକ୍ଷା ଲାଗି ୭ଟି ପ୍ରସ୍ତାବ ଦେଇଛନ୍ତି ।

ଏହି ସୁପାରିସ ହେଉଛି ମହିଳା କନଷ୍ଟେବଲଙ୍କୁ ଏଭଳି ପରିସ୍ଥିତିର ମୁକାବିଲା କରିବା ଲାଗି ବୃତିଗତ ତାଲିମ ପ୍ରଦାନ ଏବଂ ଚିକିତ୍ସା ଲାଗି ଡାକ୍ତରୀ ସହାୟତା ବୃଦ୍ଧି ।

କନଷ୍ଟେବଳ ସ୍ତରରେ ମହିଳାଙ୍କ ନୈତିକ ସ୍ଥିତିକୁ ମଜବୁତ କରିବା ଲାଗି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଜରୁରୀ । ଭିଏଚଏଲ ଭଳି ଅତ୍ୟାଧୁନିକ ଯୋଗାଯୋଗ ଯନ୍ତ୍ରପାତି ସେମାନଙ୍କୁ ଦିଆଯିବାକୁ କମିଶନ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version