Site icon Odisha.com

ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୭(ଓଡ଼ିଶା ଡ଼ଟ୍ କମ୍)-ରନ୍ଧନ ଗ୍ୟାସ ବିତରକଙ୍କ କମିଶନ ବୃଦ୍ଧି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଶନିବାର ରନ୍ଧନ ଗ୍ୟାସ ଉପରେ ଟ୧୧.୪୨ପ ଦର ବୃଦ୍ଧି କରିଛନ୍ତି ।

ପୂର୍ବରୁ ଭୁବନେଶ୍ୱର ଓ କଟକରେ ୧୪.୨କିଲୋ ଗ୍ୟାସ ସିଲିଣ୍ଡର ମୂଲ୍ୟ ୪୧୦ଟଙ୍କା ଥିବାବେଳେ ବର୍ତ୍ତମାନ ଖାଉଟିଙ୍କୁ ୪୨୧ ଟଙ୍କା ଦେବାକୁ ପଡ଼ିବ ।

ତେବେ ସରକାର ପ୍ରତି ପରିବାରକୁ ୬ଟି ସବସିଡି ସିଲିଣ୍ଡର ଯୋଗାଇ ଦେବାକୁ ଘୋଷଣା କରିଥିବାବେଳେ ଅବଶିଷ୍ଟ ଅଧିକ ସିଲିଣ୍ଡର ଖାଉଟି ଖୋଲାବଜାର ଦରରେ କିଣିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇସାରିଛି ।

ଏହି ଗ୍ୟାସଦର ବୃଦ୍ଧି ଫଳରେ ଖାଉଟିମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version