Site icon Odisha.com

ଟ୍ରେନ ରହଣି ଦାବିରେ ଥେରୁବାଲିରେ ରେଳରୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡା,ଅକ୍ଟୋବର ୭(ଓଡ଼ିଶା ଡ଼ଟ୍ କମ୍)-ଟ୍ରେନ ରହଣି ଦାବି ନେଇ ଥେରୁବାଲି ନାଗରିକ ମଞ୍ଚ ପକ୍ଷରୁ ରବିବାର ଦିନ ୧୨ ଘଣ୍ଟିଆ ରେଳରୋକ କରାଯାଇଛି ।

ନାଗରିକ ମଞ୍ଚ ପକ୍ଷରୁ କୋରାପୁଟ-ରାଉରକେଲା,ଭବାନୀପାଟଣା-ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସ, ସାପ୍ତାହିକ ଟ୍ରେନ ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ ଥେରୁବାଲି ଠାରେ ରହଣି କରିବାକୁ ପୂର୍ବରୁ ଦାବିପତ୍ର ରେଳ ବିଭାଗକୁ ଦିଆଯାଇଥିଲା ।

ମାତ୍ର ଦାବୀ ପୂରଣ ନହେବାରୁ ଆଜି ସକାଳ ୬ ଘଟିକାରୁ ଏହି ରେଳ ରୋକ କରା ଯାଇଥିଲା ।

ଥେରୁବାଲି ଷ୍ଟେସନ ଠାରେ ଥେରୁବାଲି, କାର୍ତିକଗୁଡା, ଖେଦାପଡା, ଡୁମୁରିଗୁଡା ପାଞ୍ଚୟତର ଶତାଧିକ ଲୋକ ରେଳରୋକ ସାମିଲ ହୋଇଥିଲେ ।

ଏହି ରେଳରୋକ ଯୋଗୁଁ ରାୟଗଡାଠାରେ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ,ବିଶାଖାପାଟଣା-ଦୁର୍ଗ ପାସେଞ୍ଜର ଟ୍ରେନ, ହୀରାଖଣ୍ଡ ଭବାନୀପାଟଣା-ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସ ଅଟକି ରହିଥିବାବେଳେ ପାର୍ବତୀପୁର ଷ୍ଟେସନରେ ସମତା ଏକ୍ସପ୍ରେସ,ଚେନ୍ନାଇ-ଆସନପୁର ସାପ୍ତାହିକ ଏକ୍ସପ୍ରେସ ଅଟକି ରହିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version