Site icon Odisha.com

ଯାତ୍ରୀବାହୀ ବସ ଭଡା ୩ ରୁ ୮ପଇସା ବୃଦ୍ଧି ସୁପାରିସ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଅକ୍ଟୋବର ୭(ଓଡ଼ିଶା ଡ଼ଟ୍ କମ୍)- ରାଜ୍ୟରେ ଯାତ୍ରୀବାହୀ ବସ ଭଡା ଅତି କମରେ ୩ ପଇସାରୁ ୮ପଇସା ବୃଦ୍ଧି କରିବାକୁ ବୈଷୟିକ କମିଟି ରାଜ୍ୟ ସରକାରଙ୍କୁ ସୁପାରିସ କରିଛି ।

ଘରୋଇ ବସ ମାଲିକ ମହାସଂଘ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ସଂସ୍ଥାର ଅଧିକାରୀଙ୍କ ସହ ପରିବହନ କମିଶନର ତଥା ବୈଷୟିକ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ରକୁମାରଙ୍କ ଶନିବାର ଆଲୋଚନା ହୋଇଥିଲା ।

କମିଶନରଙ୍କ କାର୍ଯ୍ୟାଳୟରେ ବସମାଲିକ ମହାସଂଘର କର୍ମକର୍ତା, ଓ ଏସଆରଟିସିର ଜେନେରାଲ ମ୍ୟାନେଜର, ଡେପୁଟି ଜେନେରାଲ ମ୍ୟାନେଜର, ବୈଷୟିକଯନ୍ତ୍ରୀଙ୍କ ସମେତ ବୈଷୟିକ କମିଟିର ଉପସଚିବ, ଯୁଗ୍ମ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ଆଲୋଚନା ସମୟରେ ଡିଜେଲ ମୂଲ୍ୟ ବୃଦ୍ଧି ସହ ଟାୟାର, ମୋବିଲ ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଥିବା ମହାସଂଘର କର୍ମକର୍ତାମାନେ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଘରୋଇ ଯାତ୍ରୀବାହୀ ବସ ଭଡା ବୃଦ୍ଧି କରାନଗଲେ ଘରୋଇ ବସ ମାଲିକ ସଂଘ ୧୪ରୁ ଚକାବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version