Site icon Odisha.com

ଆଦ୍ୟ ଶୈଶବ ଶିକ୍ଷା ଉପରେ ପର୍ଯ୍ୟବେସିତ ପ୍ରାମାଣିକ ଚଳଚ୍ଚିତ୍ରର ଉନ୍ମୋଚନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୯ (ଓଡିଶା ଡଟ୍ କମ୍)- ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ସାଂସଦ ରାଜ୍ୟସଭା ତଥା ପୂର୍ବତନ ହକି ଅଲିମ୍ପିଆନ ଆଜି ବହୁଭାଷୀ ଆଦ୍ୟ ଶୈଶବ ଶିକ୍ଷା ଉପରେ ପର୍ଯ୍ୟବେସିତ ଏକ ଆନିମେଟେଡ ପ୍ରାମାଣିକ ଚଳଚ୍ଚିତ୍ର ଉନ୍ମୋଚନ କରିଛନ୍ତି ।

ଏହି କ୍ଷୁଦ୍ର ପ୍ରାମାଣିକ ସିନେମା “ଗାନୁଗୁନ୍ ବାତି ଆହଙ୍ଗନ୍” ଏକ ୫ ବର୍ଷର ଆଦିବାସୀ ବାଳିକାର କାହାଣୀ ଯିଏ ପଢ଼ିବାକୁ ଚାହୁଁଥିବା ବେଳେ ନିଜର ଘର ଅଙ୍ଗନବାଡିରେ ପଢ଼ା ଯାଉଥିବା ଭାଷା ବୁଝିନପାରି ଅଧାରୁ ପାଠ ବନ୍ଦ କରିଦଉଛି ।

ତେବେ ନୂତନ ଭାବେ ନିଜର ଅଙ୍ଗନବାଡି କେନ୍ଦ୍ରରେ ନିଜ ଅଞ୍ଚଳର ଦିଦି ଯୋଗ ଦେଇ ଆଦିବାସୀ ଭାଷାରେ ପାଠ ପଢ଼ାଇବା ପରେ ସେ ପୁଣି ନିଜ ପଢ଼ା ଜାରି ରଖିପାରୁଛି ।

ଏ ଅବସରରେ ତିର୍କୀ ମହାତ୍ମା ଗାନ୍ଧୀଙ୍କ ବାଣୀର ଉଦାହରଣ ଦେଇ କହିଥିଲେ ଯେ ଗାନ୍ଧିଜୀ ମଧ୍ୟ ମାତୃଭାଷାଭିତିକ ଶିକ୍ଷା ଉପରେ ସବୁବେଳେ ଜୋର ଦେଉଥିଲେ । ମାତୃଭାଷାରେ ଶିକ୍ଷା ଦଦ୍ୱାରାହିଁ ମାତୃଭୁମି ପ୍ରତି ଦାୟୀତ୍ୱବୋଧର ଉଦ୍ରେକ କରାଯାଇପାରିବ ବୋଲି ସେ କହିଥିଲେ ।

ଆଦିବାସୀ ପିଲାଙ୍କୁ ସେମାନଙ୍କ ମାତୃଭାଷାରେ ପାଠ ପଢ଼ାଇବା ଦ୍ୱାରାସେମାନଙ୍କ ସଂସ୍କୃତିର ସୁରକ୍ଷା କରାଯାଇପାରିବ ବୋଲି ମଧ୍ୟ ସେ ଜୋରଦେଇ କହିଥିଲେ ।

ସେହିପରି ବହୁଭାଷୀ ଆଦ୍ୟ ଶୈଶବ ଶିକ୍ଷା ଉପରେ କାମ କରୁଥିବା ଓଡିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହକ ଶ୍ରୀ ଇଦୋ ମଣ୍ଡଳ ମଧ୍ୟ ରାଜ୍ୟରେ ଶିକ୍ଷାର ବିକାଶ କେବଳ ହିଁ ବହୁଭାଷୀ ଆଦ୍ୟ ଶୈଶବ ଶିକ୍ଷା ଦଦ୍ୱାରାହୋଇ ପାରିବ ବୋଲି କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ଆଦିବାସୀ ଜନସଂଖ୍ୟାରେ ଓଡିଶା ପୁରା ଦେଶରେ ତୃତୀୟ ସ୍ଥାନରେ ରହିଛି । ତେବେ ରାଜୃର ସାକ୍ଷରତା ହାର ୬୩% ହୋଇଥିବା ବେଳେଆଦିବାସୀ ସାଧରତା ହାର ୩୭% ରହିଛି ଏବଂ ବହୁଭାଷୀ ଆଦ୍ୟ ଶୈଶବ ଶିକ୍ଷା ପ୍ରତି ଆଦିବାସୀ ଶିଶୁର ଅଧିକାର ।

ଏହି ବହୁଭାଷୀ ଆଦ୍ୟ ଶୈଶବ ଶିକ୍ଷାର ପୃଷ୍ଠପୋଷକ ବର୍ଣ୍ଣାଡ ଭାନ ଲିୟର ଫାଉଣ୍ଡେସନର ଭାରତ ପ୍ରତିନିଧୀ ଧରିତ୍ରୀ ପଟନାୟକ କହିଥିଲେ ଯେ ଓଡିଶାରେ ଥିବା ୧.୪ ନିୟୁତ ଆଦିବାସୀ ପିଲାଙ୍କ ପାଇଁ ବହୁଭାଷୀ ଆଦ୍ୟ ଶୈଶବ ଶିକ୍ଷା ନିତାନ୍ତ ଆବଶ୍ୟକ ।

ଏଠାରେ ସୂଚନା ଯୋଗ୍ୟ ଯେ ବିଭିନ୍ନ ଅନୁଷ୍ଠାନ ବହୁଭାଷୀ ଆଦ୍ୟ ଶୈଶବ ଶିକ୍ଷା ଉପରେ ସଚେତନତା ସୃଷ୍ଟି ଦିଗରେ କାମ କରୁଛନ୍ତି । ଗତ ୩୦ ଜୁଲାଇରେ ମୁଖ୍ୟ ଶାସନ ସଚିବ ଏ ନେଇ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ପିଲା ସେମାନଙ୍କ ନିଜ ଭାଷାରେ ପାଠ ପଢ଼ିବେ ବୋଲି ନିର୍ଦ୍ଦେଶନାମା ଦେଇଛନ୍ତି ।

ଏହି ଆନିମେଟେଡ ଚଳଚ୍ଚିତ୍ର ବହୁଭାଷୀ ଆଦ୍ୟ ଶୈଶବ ଶିକ୍ଷାର ବହୁଳ ପ୍ରଚାର ପ୍ରସାର ଦିଗରେ ଏକ ପଦକ୍ଷେପ ହୋଇପାରିବ ବୋଲି ଶ୍ରୀ ସୁଧୀର ଦିଗଲ, ଭାଶା ନାମକ ସଂସ୍ଥାର ପ୍ରତିଷ୍ଠାତା ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version