Site icon Odisha.com

“ଜୟ ଅଫ୍ ଗିଭିଙ୍ଗ ସପ୍ତାହ” ଅବସରରେ ଅର୍ଥ, ବସ୍ତ୍ର ଦାନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୯ (ଓଡିଶା ଡଟ୍ କମ୍)- ଅକ୍ଟୋବର ୨ରୁ ୮ ତାରିଖ ଯାଏଁ ଦେଶବ୍ୟାପୀ କରାଯାଉଥିବା “ଜୟ ଅଫ୍ ଗିଭିଙ୍ଗ ସପ୍ତାହ” ଅବସରରେ ଚଳିତ ଥର ଭରବଙ୍କନଶ୍ୱରବାସୀ ଆକୁଣ୍ଠ ଚିତରେ ଅର୍ଥ, ବସ୍ତ୍ର, ଶ୍ରମ ଓ ସମୟ ଦାନ କରିଛନ୍ତି ।

ସ୍ଥାନୀୟ ବକୁଳ ଫାଉଣ୍ଡେସନ ନାମକ ଏକ ବେସରକାରୀ ସଂସ୍ଥା ଦ୍ୱାରାବିଭିନ୍ନ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେଏହି ଦାନ ଗ୍ରହଣ କରାଯାଇଛି । ଗତ ଅକ୍ଟୋବର ୨ ତାରିଖରେ ବକୁଳର ସ୍ୱେଚ୍ଛାସେବୀମାନେ ସେବା ଦିବସ ଭାବେ ଗାନ୍ଦୀ ଓ ଶାସ୍ତ୍ରୀ ଜୟନ୍ତୀକୁ ପାଳନ କରିଥିଲେ ।

ଦେଶବ୍ୟାପୀ ଏହାର ପ୍ରାୟ ୧୦୦୦ ସ୍ୱେଚ୍ଛାସେବୀ ୨୬ଟି ସହରରର ବିଭିନ୍ନ ଅନାଥାଶ୍ରମ, ଜରାନିବାସ ଯାଇ ସେଠାରେ ମିଷ୍ଟାନ୍ନ ତଥା ଅନ୍ୟାନ ସାମଗ୍ରୀ ବାଣ୍ଟିଥିଲେ । କେବଳ ଭୁବନେଶ୍ୱରରେ ୧୧ଟି ଅନାଥାଶ୍ରମ ଓ ୧୫ଟି ଅଙ୍ଗନବାଡି କେନ୍ଦ୍ରରେ ଏହା ପାଳନ କରାଯାଇଥିଲା ।

କ୍ରିକେଟର ପ୍ରଭଞ୍ଜନ ମଲ୍ଲିକ, ଗାୟିକା ନାଜିଆ ଆଲମ୍, ଅଭିନେତା ସମରେସ୍ ଓ ଆକାଶ ଦାସନାୟକ ପ୍ରଭୃତି ଭିନ୍ନ ଭିନ୍ନ ଅନାଥାଶ୍ରମ ଯାଇ ସେଠାରେ ଛୋଟ ପିଲାଙ୍କ ସହ ସମୟ ଅତିବାହିତ କରିଥିଲେ ।

ଆଇଡିୟାଜ୍ ନାମକ ଏକ ଆର୍କିଟେକ୍ଟ ସଂସ୍ଥାର କ୍ରିଷ୍ଣେନ୍ଦୁ ଓ ବନ୍ଦିସ୍ ଆଶା କିରଣ ନାମକ ଅନାଥାଶ୍ରମକୁ ବିଭିନ୍ନ ରଙ୍ଗରେ ରଙ୍ଗୀନ କରିବା ସହ ଏହାକୁ ଚିତ୍ରିତ କରିଥିଲେ । ବିଭିନ୍ନ ଯୁବ ସଙ୍ଗିତକାରମଧ୍ୟ ଏ ଅବସରରେ ପିଲାମାନଙ୍କ ସହ ସମୟ ବିତାଇଥିଲେ ।

ଏହି ସପ୍ତାହ ଅବସରରେ ସ୍ଥାନୀୟ ଇନଫୋସିସ୍ ପରିସରରେ ଏକ ଆଶା ବୃକ୍ଷ ବା ୱିସ୍ ଟ୍ରିର ସ୍ଥାପନର କରାଯାଇଥିଲା । ଏହି ଆଶା ବୃକ୍ଷରୁ ବଦାନ୍ୟ ବ୍ୟକ୍ତିମାନେ ଗୋଟିଏ ଗୋଟିଏ ଆଶା କିଣି ସେହି ବୃକ୍ଷକୁ ଖୁସିରେ ଭରିଦେଇଥିଲେ ।

ସେହି ବୃକ୍ଷରେ ୨୦୦ ଆଶା ଲଗାଯାଇଥିଲା । ସପ୍ତାହ ଶେଷରେ ସେହି ବୃକ୍ଷରୁ ୭୬ହଜାର ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଥିଲା । ଯାହାକି ପରବର୍ତୀ ସମୟରେ ପାଠାଗାର ତଥା ଅନ୍ୟାନ ଗଠନମୂଳକ କାର୍ଯ୍ୟରେ ଲଗାଯିବ ।

ସେହିପରି ଜାତୀୟ ସ୍ତରର ସଂସ୍ଥା ଗୁଂଜ ସହ ମିଳିତ ଭାଗିଦାରୀରେ ବସ୍ତ୍ର ସମ୍ମାନ ବା ପୁରୁଣା ବସ୍ତ୍ର ସଂଗ୍ରହ କରାଯାଇଥିଲା । ୨୦୧୦ରେ ବକୁଳ ଏହି ବସ୍ତ୍ର ସଂଗ୍ରହ ଅଭିଯାନରେ ୨୦ଟି ଛୋଟ ଟ୍ରକର ସାମଗ୍ରୀ ପାଇଥିଲା । ଏହାକୁ ପରେ ବିଭିନ୍ନ ଗ୍ରାମ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବାଂଟିବାର କାର୍ଯ୍ୟ ଗୁଂଜ କରିବ ।

ଏହି “ଜୟ ଅଫ୍ ଗିଭିଙ୍ଗ ସପ୍ତାହ”ର ବିଭିନ୍ନ କାର୍ଯ୍ୟରେ ପୂଜା, ସାନନ୍ଦା, ଅଭୟ, ସୁଦେଶ୍ନା, ସିଦ୍ଧାନ୍ତ, ଦେବୀ, ସୋନାଲି ଓ ପ୍ରଣୟ ଆଦି ଯୁବ ସ୍ୱେଚ୍ଛାସେବୀମାନେ ଅଗ୍ରଣୀ ଭୂମିକା ନେଇ ଏହାକୁ ସଫଳ କରାଇଥିଲେ ।

ଓଡିଶା ଡଟ୍ କମ୍

Exit mobile version