Site icon Odisha.com

ବଳତ୍କାର, ହତ୍ୟା ମାମଲାର ଆସୀମୀକୁ ଫାଶୀ ଦଣ୍ଡାଦେଶ

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ସମ୍ବଲପୁର,ଅକ୍ଟୋବର ୯(ଓଡ଼ିଶା ଡଟ୍ କମ୍)-ବହୁ ଚର୍ଚ୍ଚିତ ନାବାଳିକା ବଳତ୍କାର ଓ ହତ୍ୟା ମାମଲାର ଆସୀମୀ ପ୍ରଦୀପ ଦଳେଇକୁ ସମ୍ବଲପୁର ଜିଲ୍ଲା ଦୌରାଜଜ ବିଭୁ ପ୍ରସାଦ ରାଉତରାୟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଉଭୟ ପକ୍ଷ ଓକିଲଙ୍କ ଜବାବ ସୁଆଲପରେ ଦୌରାଜଜ୍ ଶ୍ରୀ ରାଉତରାୟ ମାମଲାର ଦଣ୍ଡ ବିଧାନ କରିଥିଲେ ।

ଅପହରଣ ଘଟଣା ପାଇଁ ଆଇପିସିର ଦଫା ୩୬୬ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଥିଲେ ।

ଧର୍ଷଣ ପାଇଁ ଦଫା ୩୭୨ରେ ଆଜୀବନ କାରାଦଣ୍ଡ ଓ ୭ ହଜାରଟଙ୍କା ଜୋରିମାନା କରିଥିଲେ । ଜରିମାନା ଅନାଦେୟ ଆଉ ଦେଢବର୍ଷ ସଶ୍ରମ କାରାଦାଣ୍ଡାଦେଶ ଦେଇଥିଲେ ।

ପ୍ରମାଣ ନଷ୍ଟ ପାଇଁ ଦଫା ୨୦୧ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ହଜାରେ ଟଙ୍କା ଜୋରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରା ଦଣ୍ଡାଦେଶ ଦେଇଛନ୍ତି । ହତ୍ୟା ଦଫା ୩୦୨ରେ ଅଦାଲତ ମୁତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ।

ଅଦାଲତଙ୍କ ଏହି ରାୟଙ୍କୁ ମୃତା ଛାତ୍ରୀଙ୍କ ପରିବାର ପକ୍ଷରୁ ସ୍ୱାଗତ କରାଯାଇଛି । ଆମ ପରିବାରକୁ ନ୍ୟାୟ ମିଳିଛି । ଆଉ କାହାରି ଝିଅ ସହ ଏଭଳି ଅନ୍ୟାୟ ନହେଉ ।

ଅଭିଯୁକ୍ତ ପ୍ରଦୀପକୁ ଶୀଘ୍ର ଫାଶୀ ଦଣ୍ଡରେ ଝୁଲିବା ସେ ଦେଖିବାକୁ ଚାହାଁନ୍ତି ବୋଲି ନାବାଳିକା ଉର୍ମିଳାଙ୍କ ମା ସନ୍ତୋଷିନୀ ନାଗ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ।

ଗତ ସେପ୍ଟେମ୍ବର ମାସରେ ଘଟିଥିବା ଏହି ଜଘନ୍ୟ ଘଟଣାର ବିଚାର ମାତ୍ର ୨୮ ଦିନରେ ଶେଷ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ତିଁଳାପଡାର ରାଣି ବଗିଚାରେ ନିଜ ପିତାମାନଙ୍କ ସହ ରହୁଥିବା ଉକ୍ତ ନାବାଳିକାକୁ ପ୍ରଦୀପ ଚାଉମିନ୍ ଖାଇିବାକୁ ଡାକିନେଇ ମନ୍ଦଲିଆ ପାର୍କକୁ ନେଇ ଯାଇଥିଲା ।

ପ୍ରଦୀପ ପୂର୍ବରୁ ସେମାନଙ୍କର ପରିଚିତ ଥିଲା । ନେବା ସମୟରେ ମା ସନ୍ତୋଷିନୀ ଓ ଅନ୍ୟଜଣେ ସ୍ଥାନୀୟ ମହିଳା କୈକେୟୀ ହାତୀ ତୁାକୁ ଦେଖି ଉର୍ମିଳାକୁ ନେବାକୁ ମନାକରିଥିଲେ ।

ପ୍ରଦୀପ ସେମାନଙ୍କ କଥା ନଶୁଣି ତାକୁ ନେଇ ଯାଇଥିଲେ । ରାସ୍ତା ପାର୍ଶ୍ୱସ୍ଥିତ ଏକ ବୁଦାମୂଳେ ତାକୁ ବଳକ୍ରାର କରିବାପରେ ତଣ୍ଟିଚିପି ହତ୍ୟାକରିଥିଲାା ପରେ ତାର ମୃତ ଦେହକୁ ଏକ ଖାଲୁଆ ଯାଗୁକୁ ଫିଙ୍ଗିଦେଇ ଫେରାର ହୋଇ ଯାଇଥିଲା ।

କଟକ ଜିଲ୍ଲାର ମୂଳ ନିବାସୀ ଅଭିଯୁକ୍ତ ପ୍ରଦୀପ ଦଳେଇ ଜଣେ ପତ୍ନୀ ପରିତ୍ୟକ୍ତ । ସେ ସମ୍ବଲପୁର ଆସି ବଡବଜାର ଅଞ୍ଚଳରେ ଏକ ଭଡାଘରେ ରହୁଥିଲେ । ଫାର୍ମରୋଡରେ ସେ ଜଣେ ବ୍ୟକ୍ତିଙ୍କ ଗାଡି ଚଳାଉଥିଲେ ।

ଘଟଣାଦିନ ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ଉର୍ମିଳା ଘରକୁ ନଫେରିବାରୁ ଘରଲୋକମାନଙ୍କ ସନ୍ଦେହ ହୋଇଥିଲା । ଖୋଜାଖୋଜି କରିବାପରେ ବି ନମିଳିବାରୁ ପଡାବାସୀଙ୍କ ସହ ପରିବାର ଲୋକେ ରାମଜୀଗୁଡି ଯାଇ ପ୍ରଦୀପକୁ ଧରି ଥାନାରେ ଜିମା ଦେଇଥିଲେ ।

ସମ୍ବଲପୁର ପୋଲିସ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ମାମଲାର ତ୍ୱରିତ ବିଚାର ପାଇଁ ଘଟଣାର ମାତ୍ର ୭ ଦିନ ମଧ୍ୟରେ ଏସ୍ଡିଜେଏମ୍ଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ ।

ଦୁଇ ଜଣ ପୁଲିସ ଅଫିସର ଆଇଆଇସି ଆରଏନ୍ ଦେଓ ଓ ତଦନ୍ତକାରୀ ପୁଲିସ ଅଫିସର ରଶ୍ମିତା ଜେନାଙ୍କ ସମେତ ୧୨ ଜଣଙ୍କ ସାକ୍ଷ ନିଆ ଯାଇଥିଲା ।

ଓଡ଼ିଶା ଡଟ୍ କମ୍

Exit mobile version