• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କଂଗ୍ରେସର ପରିବର୍ତନ ପଦଯାତ୍ରା ଉଦ୍ୟାପିତ

October 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ସାକ୍ଷୀଗୋପାଳ,ଅକ୍ଟୋବର ୧୦ (ଓଡିଶା ଡଟ୍ କମ୍)- ପବିତ୍ର ଗାନ୍ଧି ଜୟନ୍ତୀରୁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଥିଲେ ପଦଯାତ୍ରା ରାଜନୀତି ।

ବିଜେଡିର ଜନସଂପର୍କ ପଦଯାତ୍ରାକୁ କଂଗ୍ରେସର ପରିବର୍ତନ ପଦଯାତ୍ରା । ବିରୋଧୀ କଂଗ୍ରେସ ପକ୍ଷରୁ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ‘ପରିବର୍ତନ ଆହ୍ୱାନ’ ଡାକରା ଦିଆଯାଇ କଟକର ସ୍ୱରାଜ ଆଶ୍ରମରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମଙ୍ଗଳବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ସୁଆଣ୍ଡୋରେ ଉଦଯାପିତ ହୋଇଛି ।

ସତ୍ୟବାଦୀର ବକୁଳବନଠାରେ କଂଗ୍ରେସର ପରିବର୍ତନ ପଦଯାତ୍ରାର ଉଦ୍ୟାପିତ ସମାବେଶରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗଦେଇ ଦୁର୍ନୀତିଗ୍ରସ୍ତ ନବୀନ ସରକାରକୁ ହଟାଇବାକୁ ଆହ୍ୱାନ ଦେଇଥିଲେ ।

ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତାକରି କହିଥିଲେ ଯେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ସରକାର ଅସମର୍ଥ ହୋଇଥିବାରୁ ଆଗାମୀ ଦିନରେ ଓଡିଶାବାକସୀ ଏହାର ଜବାବ ଦେବେ ।

ଭ୍ରଷ୍ଟାଚାର, ଅନୀତି ଓ ଦୁର୍ନୀତି ଏ ରାଜ୍ୟର ଆଭୂଷଣ ହୋଇଛି । ଏ ସବୁ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦାୟୀ । କିନ୍ତୁ ସେ ଚତୁରତାର ସହ ଅନ୍ୟମାନଙ୍କ ନାମରେ ଅପଯଶ ବୋଳି ଖସିଯିବାକୁ ଅପଚେଷ୍ଟା କରୁଛନ୍ତି । କଂଗ୍ରେସ ଦଳ ଓଡ଼ିଶାବାସୀଙ୍କ ପାଖରେ ବିଜେଡି ସରକାରଙ୍କ ପ୍ରକୃତ ସ୍ୱରୂପ ଖୋଲିଦେବା ପାଇଁ ଏହି ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ତଥା ଓଡିଶା କଂଗ୍ରେସ ଦାୟିତ୍ୱରେ ଥିବା ଏଆଇସସି କାର୍ଯ୍ୟକାରୀଣୀ ସଭ୍ୟ ଜଗଦୀଶ ଟାଇଟଲର କହିଲେ ରାଜ୍ୟରେ ବେଇମାନ ଶାସନ ଚାଲିଛି । ଓଡିଶାର ହଜାର ହଜାର କୋଟି ଟଙ୍କାର ଲୁହାପଥରକୁ ପାରାଦୀପ ବନ୍ଦର ଦେଇ ଚୀନ ଓ ଜାପାନକୁ ଚୋରା ଚାଲାଣ କରା ଯାଇଛି ।

ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହାତ ଥିବା ଅଭିଯୋଗକରି ଖୁବ୍ଶୀଘ୍ର ଏ ସଂପକରେ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟବାସୀଙ୍କୁ ଜଣାଇବେ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିରୋଧିଦଳ ନେତା ଭୂପିନ୍ଦର ସିଂହ, କିଶୋରଚନ୍ଦ୍ର ପଟେଲ,ସୁରେଶ କୁମାର ରାଉତରାୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦେଶ ଯୁବକଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ସାହୁ, ଚିରଞ୍ଜିବୀ ବିଶ୍ୱାଳ ପ୍ରମୁଖ ଉଦ୍ବୋଧନ ଦେଇ କୋଇଲା ଦୁର୍ନୀତିଠାରୁ ଆରମ୍ଭକରି ଖଣି, ପାଣି, ଡାଲି ସବୁଥିରେ ଦୁର୍ନୀତି ହୋଇଛି ବେଲି ପ୍ରକାଶ କରିଥିଲେ ।

ସେମାନଙ୍କ ମତରେ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ସରକାର ସୁରକ୍ଷା ଯୋଗାଇ ଦେଉଛନ୍ତି । ଯେଉଁମାନେ ଦୁର୍ନୀତି କରୁଛନ୍ତି, ସେମାନଙ୍କୁ ସରକାର ପୁରସ୍କୃତ କରୁଛନ୍ତି । ଯେଉଁମାନେ ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରୁଛନ୍ତି ବା ଦୁର୍ନୀତି ଲୋକଲୋଚନକୁ ଆଣୁଛନ୍ତି, ମିଥ୍ୟା ମାମଲା ଲଗାଇ ସେମାନଙ୍କୁ ଜେଲରେ ଭର୍ତି କରାଯାଉଛି ।

ବର୍ତମାନ ରାଜ୍ୟରେ ଗଣତନ୍ତ୍ର ନୁହେଁ, ଜଣତନ୍ତ୍ର ଚାଲିଛି । ଦୁର୍ନୀତିଗସ୍ତ ନବୀନ ସରକାରକୁ ହଟାଇବା ପାଇଁ କଂଗ୍ରେସ ସଂଗ୍ରାମ ଆରମ୍ଭ କରିଛି । ଏହି ସଂଗ୍ରାମରେ ଓଡ଼ିଶାବାସୀ ସାମିଲ ହୋଇ ରାଜ୍ୟ ବିରୋଧୀ ନବୀନ ସରକାରକୁ କବର ଦେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଶେଷରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶରତ ରଥ ଧନ୍ୟବାଦ ଦେଇଥିଲେ ।

ସେହିପରି ବିଜେଡି ପକ୍ଷରୁ କେନ୍ଦ୍ରର ଉପା ସରକାରର ବୈମାତୃକ ମନୋଭାବ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଚାଲିଥିବା ଜନସମ୍ପର୍କ ଯାତ୍ରା ଜୟପ୍ରକାଶ ନାରାୟଣ ଜୟନ୍ତୀରେ ଉଦଯାପିତ ହେବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, କୃଷକ, ଗାନ୍ଧି ଜୟନ୍ତୀ, ପାରାଦୀପ ବନ୍ଦର, ବିଜେଡି ସରକାର, ସାମ୍ବାଦିକ ସମ୍ମିଳନୀ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version