Site icon Odisha.com

ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୦(ଓଡ଼ିଶା ଡଟ୍ କମ୍)-୨୦୧୨-୧୩ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜିଠାରୁ ବିଜ୍ଞପ୍ତି ଲାଗୁ ହୋଇଛି ।

୧୦ ତାରିଖ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିରେ କୁହା ଯାଇଛି ୧୨ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ,୧୩ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ଓ ସଂଧ୍ୟାସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ।

୧୯ ତାରିଖ ସକାଳ ୮ ଘଟିକାରୁ ଭୋଟଗ୍ରହଣ ଏବଂ ୨ଟାପରେ ଭୋଟ ଗଣତି କରାଯାଇ ୬ଟା ସୁଦ୍ଧା ଫଳାଫଳ ପ୍ରକାଶ କରାଯିବ ଏବଂ ୨୦ ତାରିଖରେ ବିଜୟ ପ୍ରାର୍ଥୀଙ୍କ ସପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ଲିଙ୍ଗଡୋ କମିଶନ ନିୟମ ବଳରେ ମଧ୍ୟରେ ଆଶୀୟୀ ପାର୍ଥୀମାନେ ନିଜର ପ୍ରଚାର ଅଭି ଯାନ ଚଳାଇବେ । ଧାର୍ଯ୍ୟହୋଇଥିବା ନିର୍ଦ୍ଧିଷ୍ଟ ଅର୍ଥରାଶି ପ୍ରଚାର ଅଭି ଯାନପାଇଁ ବ୍ୟୟ କରିବା ସହ ହାତଲେଖା ପୁସିଂ କାର୍ଡ ଓ ପୋଷ୍ଟର ଲଗାଇବେ ।

ଯଦି ନିୟମ ବାହାରକୁ ଯାଇ ଆଶାୟୀ ପାର୍ଥୀମାନେ ନିଜର ପ୍ରଚାର ଅଭିଯାନ ଚାହାଁନ୍ତି ତେବେ ସେମାନଙ୍କ ପ୍ରାର୍ଥୀପତ୍ର ନାକଚ କରି ଦିଆ ଯିବ ବୋଲି ଜଣା ପଡିଛି ।

ରାଜଧାନୀର ୧୪ଟି ପ୍ରମୁଖ ମହାବିଦ୍ୟାଳୟର କ୍ୟାମ୍ପସ ମାହୋଲ ଆଜି ସଂପୂର୍ଣ୍ଣ ନିଆରା ଥିଲା । ବିଜ୍ଞପ୍ତି ଜାରି ହେଲା ପରେ ଆଶାୟୀ ପ୍ରାର୍ଥୀମାନେ ନିଜ ସହଯୋଗୀମାନଙ୍କ ସହ କ୍ୟାଂପସରେ ହାତଲେଖା କାର୍ଡ ସହ ହାତଲେଖା ପୋଷ୍ଟର ଧରି ବୁଲିଥିଲେ ।

ଏତଦ୍ ବ୍ୟତୀତ ସାଂସ୍କୃତିକ ପରିଷଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ବିଭିନ୍ନ କୌତୂହଳ ପୋଷାକ ପିନ୍ଧି ନିଆରା ମନୋରଞ୍ଜନ ପରିବେଶ ସୃଷ୍ଟି କରିଥିଲେ ।

ଛାତ୍ର ସଂସଦ ନିର୍ବାଚନକୁ ନେଇ ଯେପରି କଲେଜ ପରିସରରେ କୈାଣସି ଅପ୍ରୀତିକର ପରିବେଶ ସୃଷ୍ଟି ନହୁଏ ,ସେ ନେଇ ପ୍ରାର୍ଥୀମାନେ ବେଶ ସଜାଗ ଥିଲେ ।

ଶୃଙ୍ଖଳାର ସହ ନିର୍ବାଚନ ଶେଷ କରିବାକୁ ଉଚ୍ଚଶିକ୍ଷାମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର ତାଗିଦ୍ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସରରେ ଅପ୍ରୀତିକର ପରିବେଶ ସୃଷ୍ଟି ହେଲେ ନିର୍ବାଚନ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡଟ୍ କମ୍

Exit mobile version