Site icon Odisha.com

ପୁଣି ଏକ ଗର୍ଭବତୀ ମାଇ ହାତୀର ମୃତ୍ୟୁ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କାମାକ୍ଷାନଗର,ଅକ୍ଟୋବର ୧୦ (ଓଡିଶା ଡଟ୍ କମ୍ )- ରାଜ୍ୟରେ ପୁଣି ଏକ ଗର୍ଭବତୀ ମାଇ ହାତୀର ମୃତ୍ୟୁ ହୋଇଛି । ରାଜ୍ୟରେ ସପ୍ତାହକ ମଧ୍ୟରେ ୫ଟି ହାତୀର ମୃତ୍ୟୁ ହୋଇଛି ।

ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଠାରୁ ପ୍ରାୟ ୨୫ କି.ମି ଦୂର ପଶ୍ମିମାଞ୍ଚଳ ରେଞ୍ଜ ପଥରଖମ୍ବ ଗାଁ । ଏହା ଠାରୁ ୩ କିମି ଦୁର ଜଙ୍ଗଲରେ ଏକ ମାଇ ହାତୀ ମୃତ ଦେହ ଠାବ କରାଯାଇଛି । ମୃତ ହାତୀର ବୟସ ୩୦ ରୁ ୩୫ ବର୍ଷ ହେବ ।

ହାତୀ ଦେହରେ କିଛି କ୍ଷତ ନାହିଁ । ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳେ ପହଞ୍ଚି ଯାଞ୍ଚ କରିଛନ୍ତି । ହାତୀର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଜଣା ପଡିନାହିଁ ।

ସୂଚନାଯୋଗ୍ୟ ଯେ,ସପ୍ତାହକ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୪ଟି ହାତୀର ମୃତ୍ୟ ଘଟିଛି ।

ଉତରଘୁମୁସର ବନଖଣ୍ଡ ଅନ୍ତର୍ଗତ ଗାଲେରୀ ରେଞ୍ଜର ଚନ୍ଦ୍ରଗିରି ଓ କଳାଧାର ସଂରକ୍ଷିତ ଜଙ୍ଗଲରେ ଥିବା ଏକ କାଜୁ ବଗିଚା ଚାରିପଟେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମା’ ହାତୀ, ଏକ ଛୁଆ ହାତୀ ଓ ଏକ ବାରହାର ମୃତ୍ୟୁ ଘଟିଥିବାବେଳେ ରମ୍ଭା ବନ ସେକସନ ଅନ୍ତର୍ଗତ କାନଖାଇ ଗ୍ରାମ ନିକଟରେ ଆଉ ଦୁଇଟି ହାତୀକୁ ବିଦ୍ୟୁତ ଆଘାତ ଦେଇ ମାରି ଦିଆଯାଇଛି ।

ଓଡିଶା ଡଟ୍ କମ୍

Exit mobile version