Site icon Odisha.com

ବୁର୍ଲା ପୌରାଧ୍ୟକ୍ଷାଙ୍କ ଜାତି ପ୍ରମାଣପତ୍ର ଖାରଜ

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ବୁର୍ଲା,ଅକ୍ଟୋବର ୧୦(ଓଡ଼ିଶା ଡଟ୍ କମ୍)-ବୁର୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ତଫସିଲଭୁକ୍ତ ଜାତିର ପ୍ରାର୍ଥୀଭାବରେ ମନୋନୟନ ପତ୍ର ଦାଖଲ କରି ନିର୍ବାଚିତ ହୋଇଥିଲେ ହେଁ ସେ ସାଧାରଣ ବର୍ଗର ବୋଲି ଆଜି ସ୍ଥାନୀୟ ତହସିଲଦାର ରିପୋର୍ଟ ଦେଇଛନ୍ତି ।

ତଫସିଲ ଭୁକ୍ତ ଜାତି ଜାଗରଣ ସମିତିର ଆବାହକ ପଙ୍କଜ ବେହେରା, ମନୋଜ ସୋହେଲା ପ୍ରମୁଖ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ତହସିଲଦାରଙ୍କ ରିପୋର୍ଟ ପରେ ଅଧ୍ୟକ୍ଷା ଜାଲ ଜାତି ପ୍ରମାଣପତ୍ର ଦେଇଥିବା ପ୍ରମାଣିତ ହୋଇଛି ବୋଲି କୁହାଯାଉଛି ।

ଜାଲ ଜାତିଗତ ତଫିସଲ ଭୁକ୍ତ ଜାତି ପ୍ରମାଣ ପତ୍ର ସହାୟତାରେ ୩ ନମ୍ବର ୱାର୍ଡର କାଉନସିଲର ରୂପେ ନିର୍ବାଚିତ ହେବା ସହ ଉପ-ନଗରପାଳ ଏବଂ ପରେ ଅଧ୍ୟକ୍ଷା ଭାବରେ ସେ ଅଧିଷ୍ଠିତ ହୋଇଥିଲେ ।

ଅଧ୍ୟକ୍ଷା ଚନ୍ଦ୍ରାବତୀଙ୍କ ପିତା ସ୍ୱର୍ଗତ ବାହାଦୁର ସିଂ ଏବଂ ଶାରଦା ଦେବୀଙ୍କର ଝିଅ ଓ ସେ ଜାତିରେ ରାଜପୁତ । ମାତ୍ର ନିଜକୁ କେଉଟ ଦର୍ଶାଇ ନିର୍ବାଚନ ଲଢ଼ି ଥିବା ତଫସିଲଭୁକ୍ତ ଜାତି ଆସନରେ ଜିଣିଥିଲେ ବୋଲି ତହସିଲଦାର ରିପୋର୍ଟ ଦେଇଛନ୍ତି ।

ଓଡ଼ିଶା ଡଟ୍ କମ୍

Exit mobile version