Site icon Odisha.com

ଶିକ୍ଷା ସହାୟକ ନିଯୁକ୍ତିକୁ ନେଇ କନ୍ଧମାଳରେ ଉତେଜନା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ଅକ୍ଟୋବର ୧୦ (ଓଡିଶା ଡଟ୍ କମ୍)- ଶିକ୍ଷା ସହାୟକ ନିଯୁକ୍ତିକୁ ନିମନ୍ତେ ସାର୍ଟିଫିକେଟ ଯାଞ୍ଚବେଳେ କନ୍ଧମାଳରେ ବ୍ୟାପକ ହିଂସାକାଣ୍ଡ ସଂଘଟିତ ହୋଇଥିବା ବେଳେ ବୁଧବାର ଉତେଜନା ଲାଗିରହିଛି ।

ମୁହାଁମୁହିଁ ହୋଇଛନ୍ତି ଜିଲ୍ଲା ପ୍ରଶାସନ ଓ କଦୁଇ ସମାଜ । ଏ ଘଟଣା ନେଇ ଟାଉନ ଥାନାରେ ଦୁଇଟି ମାମାଲା ରୁଜୁ କରାଯାଇଛି । ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରି ନାହିଁ ।

ଚାକିରି ପାଇଁ ମଙ୍ଗଳବାର ଦିନ ଓଡିଶାରେ ଦୁଇଟି ସ୍ଥାନରେ ଅଭାବନୀୟ ଘଟଣା ଘଟିଛି ।

ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ଏବଂ ବାରିପଦା ଠାରେ କାରାରକ୍ଷୀ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ବେଳେ ଗଣ୍ଡଗୋଳ ହେବାରୁ ପାଲିସକୁ ଲାଠିଚାର୍ଜ କରିିବାକୁ ପଡିଥିଲା ଅନ୍ୟପକ୍ଷରେ ଶିକ୍ଷା ସହାୟକ ନିଯୁକ୍ତି ନିମନ୍ତେ ଅନ୍ୟ ଜିଲ୍ଲାରୁ ଆସିଥିବା ଆବେଦନକାରୀଙ୍କୁ ସାର୍ଟିଫିକେଟ୍ ଯାଞ୍ଚ କରିବାର ସୁଯୋଗ ଦିଆ ଯାଇ ନଥିବାବେଳେ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେବାକୁ ପଡିଛି ।

ସରକାରୀ ନିର୍ଦ୍ଦେଶ ମୁତାବକ ଫୁଲବାଣୀର ବିଆରସିସି କାର୍ଯ୍ୟାଳୟ,ନୋଡାଲ ସ୍କୁଲ ଏବଂ ସରକାରୀ ବାଳିକା ବିଦ୍ୟାଳୟରେ ସାର୍ଟିପିକେଟ ଯାଞ୍ଚ କେନ୍ଦ୍ର କରାଯାଇଥିଲା ।

କନ୍ଧମାଳ ସମେତ ଅନ୍ୟ ଜିଲ୍ଲାଗୁଡିକରୁ ଶତାଧିକ ଆବେଦନକାରୀ ଆସିଥିଲେ । ସେମାନେ ଏହି କେନ୍ଦ୍ରକୁ ଯିବାବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ରାସ୍ତାରେ ଅଟକାଇଥିଲେ ।

ସ୍ଥାନୀୟ କେତେଜଣ ଲୋକ ବୁଝାସୁଝାକରି ଅନ୍ୟ ଜିଲ୍ଲା ଆବେଦନକାରୀଙ୍କୁ ଚାଲି ଯିବାକୁ ପରାମଶ ଦେଇଥିଲେ । ଅନ୍ୟକେତେଜଣ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହା ଦୀର୍ଘ ଦଦୁଇ ତିନି ଘଣ୍ଟା ଧରି ଚାଲିଥିଲା ।

ଏହି ଘଟଣାକୁ ନେଇ ମଙ୍ଗଳବାର ଦିନ ସଂଧ୍ୟାରେ କଦୁଇ ସମାଜ ସମନ୍ୱୟ ସମିତି ସଂପାଦକ ଲମ୍ବୋଦର କହଁର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ଜିଲ୍ଲା ଭିତିରେ ଶିକ୍ଷା ସହାୟକ ନିଯୁକ୍ତି ଦିଆଯାଉ ।

ଏହା ଦ୍ୱାରାଜିଲ୍ଲାବାସୀ ଉପକୃତ ହେବେ । ପୂବରୁ ବହୁବାର ଜିଲ୍ଲାବାସୀଙ୍କ ପକ୍ଷରୁ ଏନେଇ ସରକାରଙ୍କ ଦୃଷ୍ଟି ଆକଷଣ କରାଯାଇଥିଲେ ମଧ୍ୟ କୌଣସି ଫଳ ମିଳି ନାହିଁ । ଏଥିଯୋଗୁଁ ଜିଲ୍ଲାବାସୀ ବାଧ୍ୟହୋଇ ନିଜ ଅଧିକାର ସାବ୍ୟସ୍ତ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version