Site icon Odisha.com

ଶ୍ରମିକଙ୍କ ମଜୁରୀ ବଢାଇଲେ ରାଜ୍ୟ ସରକାର

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୦(ଓଡ଼ିଶା ଡଟ୍ କମ୍)-ରାଜ୍ୟ ସରକାର କଳକାରଖାନା ଶ୍ରମିକମାନଙ୍କ ନୂଆ ମଜୁରୀ ଘୋଷଣା କରିଛନ୍ତି ।

ଅତିକୁଶଳୀ ଶ୍ରମିକଙ୍କ ମଜୁରୀ -୨୦୫ ଟଙ୍କା ବୃଦ୍ଧି କରା ଯାଇଛି ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ-୧୯୦ ଟଙ୍କା,ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ-୧୭୦ଟଙ୍କା ଓ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ -୧୫୦ଟଙ୍କାକୁ ବୃଦ୍ଧି କରାଯାଇଛି । ଗେଜେଟେରେ ବି ଜ୍ଞପ୍ତି ପ୍ରକାଶପରେ ଲାଗୁ ହେବ ବର୍ଦ୍ଧିତ ମଜୁରୀ । ପୂର୍ବରୁ ସରକାର ୧୨୫ ଟଙ୍କା ସର୍ବନିମ୍ନ ମଜୁରୀ ଘୋଷଣା କରିଥିଲେ ।

ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ସିଆଇଟିୟୁ ବିରୋଧ କରିଛି । ଶ୍ରମିକଙ୍କ ମାସିକ ସର୍ବନିମ୍ନ ମଜୁରୀ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସିଆଇଟିୟୁ ଦାବି କରିଛି । ସରକାର ଦାବି ନମାନିଲେ ଆଗାମୀ ଦିନରେ ସିଆଇଟିୟୁ ବ୍ୟାପକ ଆନ୍ଦୋଳନ କରିବ ବୋଲି ଦଳର ରାଜ୍ୟ ସାଧାରଣ ସଂପାଦକ ବିଷ୍ଣୁ ମହାନ୍ତି କହିଛନ୍ତି ।

ସେ କହିଛନ୍ତି ସର୍ବନିମ୍ନ ମଜୁରୀ ଆଇନ ୧୯୪୮ ଅନୁସାରେ ଜଣେ ଶ୍ରମିକ ଓ ତାର ପରିବାର ବର୍ଗର ଖର୍ଚ୍ଚକୁ ଦୃଷ୍ଟିରେ ରଖି ସର୍ବନିମ୍ନ ମଜୁରୀ ୧୦ ହଜାର ଟଙ୍କା ହେବା ଉଚିତ୍ ।

ଓଡ଼ିଶା ଡଟ୍ କମ୍

Exit mobile version