Site icon Odisha.com

ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ନବରଂଗପୁର,ଅକ୍ଟୋବର ୧୧ (ଓଡିଶା ଡଟ୍ କମ୍)-ଚିକିତ୍ସାସେବାରେ ଅବହେଳା କରୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକ ଗୁରୁବାର ଦିନ ପୂଜାରୀଗୁଡ଼ା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶି ଭଙ୍ଗାରୁଜା କରିଛନ୍ତି ।

ଚିକିତ୍ସାଧିକାରୀ ଡା.ଶରତ ସେଠୀଙ୍କୁ ମଧ୍ୟ ସେମାନେ ମାଡ ମାରିଥିବା ଅଭିଯୋଗ ହୋଇଛି । ଡ଼ାକ୍ତରଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ପରେ ଉକ୍ତ ଅଞ୍ଚଳକୁ ଆଜି ତଦନ୍ତପାଇଁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ବି.ପି.ପୋରିହିତ ଯାଇଥିବା ସମୟରେ ଏହି ଗଣ୍ଡଗୋଳ ହୋଇଥିଲା । ଉତେଜିତ ଗ୍ରାମବାସୀ ତାଙ୍ଗୁ ମଧ୍ୟ ଘେରାଉ କରିଥିଲେ ।

ଆଜି ମାସିକ ବୈଠକ ଥିବାରୁ ସମସ୍ତ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ । ବିଳମ୍ବରେ ଉମରକୋଟ ପୋଲିସ ଡାକ୍ତରଖାନାରେ ପହଞ୍ଚିଥିଲେ ମଧ୍ୟ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି ।

ଗ୍ରାମବାସୀଙ୍କ କହିବା ଅନୁସାରେ ଗତ ୨ମାସ ଧରି ଏହି ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିଲେ ମଧ୍ୟ କୌଣସି ଡାକ୍ତରଙ୍କ ଦେଖା ନଥିଲା । ଗତ ସପ୍ତାହରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଜଣେ ପ୍ରସୂତିିଙ୍କୁ ଲାଞ୍ଚ ମାଗିବାରୁ ସେଠାରେ ଉତେଜନା ସୃଷ୍ଟି ହୋଇଥିଲା । ଯାହା ଫଳରେ ଉତ୍ୟକ୍ତ ଲୋକେ ମେଡିକାଲରେ ତାଲା ପକାଇଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା.ନନ୍ଦ କିଶୋର ମିଶ୍ରଙ୍କ ନିର୍ଦ୍ଦେଶରେ ଆଜି ତଦନ୍ତ ପାଇଁ ଯାଇଥିବା ଏଡିଏମଓ ବାପି ପୁରୋହିତଙ୍କୁ ପାଞ୍ଚଶହରୁ ଉର୍ଦ୍ଧ ଲୋକ ଅନିୟମିତତା ଅଭିଯୋଗକରେ ତାଙ୍କୁ ଅଟକ ରଖିବା ସହ ଡାକ୍ତର ଶରତ ସେଠୀଙ୍କୁ
ନିସ୍ତୁକ ମାଡ ମାରିଥିଲେ ।

ଓଡିଶା ଡଟ୍ କମ୍

Exit mobile version