Site icon Odisha.com

ରେଳ ବଜେଟ ହ୍ରାସ ଓଡିଶାପାଇଁ ଉପହାସ- ବିଜେପି

ଭୁବନେଶ୍ୱର,ଅକ୍ଟୋବର ୧୨ (ଓଡିଶା ଡଟ୍ କମ୍)-୨୦୧୨-୧୩ ଆର୍ଥିକ ବର୍ଷରେ ଦୁଇଥର ରେଳ ବଜେଟ ହ୍ରାସ କରାଯିବା ଓଡିଶାପାଇଁ ଉପହାସ ଓ ଓଡିଶା ପ୍ରକଳ୍ପ ପାଇଁ ଯେତିକି ଅର୍ଥ ଦେବା କଥା ରେଳ ମନ୍ତ୍ରଣାଳୟ ପକ୍ଷରୁ ତାହା ଦିଆ ଯାଉନାହିଁ ବୋଲି ବିଜେପି ଶୁକ୍ରବାର ଅଭିଯୋଗ କରିଛି ।

ବିଜେପିର ଜଣେ ବରିଷ୍ଠ ନେତା ଓଡିଶା ଡଟ୍ କମ୍ କୁ କହିଛନ୍ତି ଯେ, ୨୦୧୨-୧୩ ରେଳ ବଜେଟରେ ଓଡିଶାକୁ କେନ୍ଦ୍ର ସରକାର ଯେଉଁ ଅର୍ଥ ଦେଇଥିଲେ,ସେଥିରୁ ପୁଣି ୩୫କୋଟି ଟଙ୍କା କାଟି ଦେଇଛନ୍ତି ।

ପୂର୍ବରୁ ୨୧୧ କୋଟି ଟଙ୍କା କାଟିଦେଇଥିଲେ । ପୂର୍ବତଟ ରେଳବାଇ ପକ୍ଷରୁ କରା ଯାଉଥିବା ବିଭିନ୍ନ ପ୍ରକଳ୍ପ କାଯ୍ୟ ଏହା ଫଳରେ ବାଧାପ୍ରାପ୍ତ ହେବ ।

ସୂଚନାଯୋଗ୍ୟ ରେଲ ମନ୍ତ୍ରଣାଳୟ ଦ୍ୱାରାଗତ ସେପ୍ଟେମ୍ବର ମାସର ବଜେଟ ସଂଶୋଧନ ପ୍ରକିୟାରେ ଓଡିଶାକୁ ଦିଆ ଯାଇଥିବା ଅର୍ଥରୁ ଏହି ୩୫ କୋଟି ଟଙ୍କା କାଟି ଦିଆ ଯାଇଛି ।

ଏହା ମଧ୍ୟରେ ରହିଛି ନୂଆ ପ୍ରକଳ୍ପ ନିମନ୍ତେ ୬ କୋଟି ଟଙ୍କା, ରକ୍ଷାଣାବେକ୍ଷଣ ବାବଦରେ ୨୩ କୋଟି ଟଙ୍କା ଓ ଯାତ୍ରୀ ସୁବିଧା ପାଇଁ ୧କୋଟି ଟଙ୍କା ।

ମିଳିଥିବା ସୂଚନା ଅନଯାୟୀ ନୂଆ ରେଲପଥ ନିର୍ମାଣ କ୍ଷେତ୍ରରେ ବଜେଟରେ ଦିଆ ଯାଇଥିବା ୮୩ କୋଟି ଟଙ୍କା ଜୁଲାଇ ମାସର ସଂଶୋଧନରେ ଅପରିବର୍ତିତ ରଖା ଯାଇଥିଲେ ହେଁ ପୂର୍ବରୁ ଏଥିରୁ ୭୭କୋଟି ଟଙ୍କା କଟା ଯାଇଥିଲା ।

ଓଡିଶା ଡଟ୍ କମ୍

Exit mobile version