Site icon Odisha.com

ଡବଲ ମର୍ଡର ଘଟଣାରେ ୨ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆପଡା,ଅକ୍ଟେବର ୧୩ (ଓଡ଼ିଶା ଡ଼ଟ୍ କମ୍) –ନୂଆପଡା ଜିଲ୍ଲାରେ ଘଟିଥିବା ଏକ ଡବଲ ମର୍ଡର ଘଟଣାରେ ନୂଆପଡା ଜିଲ୍ଲା ଦୌରାଜଜ୍ ମଧୁସୂଦନ ଧଳ ୨ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛି । ଏହି ଫାଶୀ ଦଣ୍ଡକୁ ନେଇ ଗୋଟିଏ ସପ୍ତାହରେ ୩ ଜଣଙ୍କୁ ଫାଶୀ ଦଣ୍ଡାଦେଶ ମିଳିଛି ।

ନୂଆପଡା ଜିଲ୍ଲା ଦୌରାଜଜ୍ ମଧୁସୂଦନ ଧଳ ଆଇପିସି ଧାରା ୪୬୦ ଓ ୩୦୭ ଅନୁଯାୟୀ ଅଭିଯୁକ୍ତ ମନୋଜ ଭୋଇ ଓ ମୋତିଲାଲ ବାରିକଙ୍କୁ ଦଶବର୍ଷ ସଶ୍ରମ କାରାଦଣ୍ଡ ଓ ୩୦୨ ଦଫାରେ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ,୨୦୧୧ ଫେବୃୟାରୀ ୧ ତାରିଖରେ ଦାଦାବଟି ସଂଗ୍ରହକୁ ନେଇ କୋମନା ଥାନା ସିହନାମୁଣ୍ଡା ଗାଁରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା ।

ଇଟାଭାଟିକୁ ଶ୍ରମିକ ଯୋଗାଉଥିବା ସର୍ଦ୍ଧାର ପଙ୍କଜ ମିର୍ଦ୍ଧଙ୍କ ଘରକୁ ଯାଇ ଅଭୁଯୁକ୍ତମାନେ ତାଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ସାଏବାନିଙ୍କୁ ୩୦ ହଜାର ଟଙ୍କା ଦାଦାବଟି ମାଗିଥିଲେ ।

ସାଏବାନି ଟଙ୍କା ଦେବାକୁ ମନାକରିଦେବାରୁ ସେମାନେ ଫେରି ଯାଇଥିଲେ । ଟଙ୍କା ନେଦେଲେ ସେମାନେ ରାତିରେ ଆସି ସମସ୍ତଙ୍କୁ ମାରିଦେବେ ବୋଲି ଧମକ ଦେଇ ଫେରି ଯାଇଥିଲେ । ପଙ୍କଜ ଘରକୁ ଫେରି ସବୁ ଶୁଣି ଏଥିପ୍ରତି ଗୁରୁତ୍ୱ ନଦେଇ ଖାଇପିଇ ଶୋଇ ପଡିଥିଲୋ

ବିଳମ୍ବିତ ରାତ୍ରିରେ ଅଭିଯୁକ୍ତମାନେ ଆସି ପଡାର ସମସ୍ତ ଘର କବାଟ ବାହାର ପଟୁ ବନ୍ଦ କରିଦେଇଥିଲେ । ପରେ ପଙ୍କଜଙ୍କ ଘର ଟିଣ କବାଟ ଭାଙ୍ଗି ଘରେ ପଶିଥିଲେ ।

ଏକ ଧାରୁଆ ଅସ୍ତ୍ରରେ ପଙ୍କଜକୁ ଆଘାତ କରିବାରୁ ସେ ଅଚେତ ହୋଇ ଯାଇଥିଲେ । ଏହାପରେ ସେମାନେ ପତ୍ନୀ ସାଏବାନି, ଝିଅ କୌଶଲ୍ୟା ଓ ଦୁଇ ପୁଅ କ୍ଷିରସିନ୍ଧୁ ଓ ମୁକେଶଙ୍କୁ ହାଣି ପକାଇଥିଲେ । ସମସ୍ତେ ମରିଗଲେ ବୋଲି ଘରେ ତାଲା ପକାଇ ଚାଲି ଯାଇଥିଲେ ।

ତାପରଦିନ ପଙ୍କଜର ବଡଭାଇ ବୃନ୍ଦାବନ ଆସି ଦେଖିଲେ ଘର ବାହାରପଟୁ ତାଲା ପଡିଛି । ସେ ତାଲା ଭାଙ୍ଗି ଦେଖିଲେ ସମସ୍ତେ ରକ୍ତଜୁଡୁବୁଡୁ ହୋଇ ଅଚେତ ହୋଇ ପଡିଛନ୍ତି ।

ସେତେବଳକୁ ଝିଅ କୌଶଲ୍ୟାର ମୃତ୍ୟୁ ହୋଇ ଯାଇଥିଲା । ସଙ୍ଗେସଙ୍ଗେ ସମସ୍ତଙ୍କୁ ନୂଆପଡା ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ସାଏବାନିର ମୃତ୍ୟୁ ହୋଇ ଯାଇଥିଲା । ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ବୀରସୁରେନ୍ଦ୍ର ସାଏ ବଡମେଡିକାଲକୁ ପଠା ଯାଇଥିଲା ।

ଚିକତ୍ସା ଯୋଗୁଁ ସେମାନଙ୍କର ଜୀବନ ରକ୍ଷା ପାଇ ଯାଇଥିଲା । ଖବର ପାଇ କୋମନା ଥାନା ଅଧିକାରୀ ଶିବରାମ ସାହୁ ଏ ଘଟଣାର ତଦନ୍ତ କରିଥିଲେ । ତୁରନ୍ତ ଚାର୍ଜସିଟ ଦେବାରୁ ନୂଆପଡା ସେନସସ କୋର୍ଟ ୧୭ ଜଣ ସାକ୍ଷ ପ୍ରଦାନକୁ ଭିିତିକରି ଏହି ରାୟ ଶୁଣାଇଛନ୍ତି ।

ସରକାରଙ୍କ ପକ୍ଷରୁ ଓକିଲ ମୁରଲିଧର ପଣ୍ଡା ଓ ଅଭିଯୁକ୍ତମାନଙ୍କ ପକ୍ଷରୁ ପରିମଳକାନ୍ତି ବୋଷ ଓ ବିଶ୍ୱମଣି ପାଣିଗ୍ରାହି ଏହି ମାମଲା ପରିଚାଳନା କରୁଥିଲେ । ଅଭିଯୁକ୍ତମାନେ ଏହି ରାୟ ବିରୋଧରେ ହାଇକୋର୍ଟକୁ ଯିବେ ବୋଲି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version