Site icon Odisha.com

ରାଜ୍ୟ ସରକାର କର୍ମଚାରୀଙ୍କୁ ୭% ମହଙ୍ଗାଭତା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୩ (ଓଡିଶା ଡଟ୍ କମ୍) – ରାଜ୍ୟ ସରକାର ତାଙ୍କ କର୍ମଚାରୀଙ୍କ ପାଇଁ ଆଉ ୭ପ୍ରତିଶତ ମହଙ୍ଗାଭତା ଘୋଷଣା କରିଛନ୍ତି ।

ଏବେ ସରକାରୀ କର୍ମଚାରୀମାନେ ୬୫ ପ୍ରତିଶତ ମହଙ୍ଗା ଭତା ପାଉଛନ୍ତି । ନୂଆ ହାର ଘୋଷଣା ପରେ ମୋଟ ମହଙ୍ଗାଭତା ପରିମାଣ ୭୨%କୁ ବୃଦ୍ଧି ପାଇବ ।

ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହା ଚଳିତ ବର୍ଷ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗାଭତା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ ।

ଏ ବାବଦରେ ରାଜକୋଷରୁ ଅତିରିକ୍ତ ପ୍ରାୟ ୪୦୯ କୋଟି ଟଙ୍କା ଖର୍ଚ୍ଚ ହେବ ।

ଓଡିଶା ଡଟ୍ କମ୍

Exit mobile version