Site icon Odisha.com

ପୂର୍ବତନ ମନ୍ତ୍ରୀ ହରିହର ସ୍ୱାଇଁଙ୍କ ପରଲୋକ, ପୁରୀରେ ଶେଷକୃତ୍ୟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ଅକ୍ଟେବର ୧୪ (ଓଡ଼ିଶା ଡ଼ଟ୍ କମ୍) –ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ ଓ ସାଂସଦ ହରିହର ସ୍ୱାଇଁଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।ପୁରୀରେ ଆଜି ତାଙ୍କର ଶେଷକୃତ୍ୟ କରାଯିବ ।

ଶିକ୍ଷକତାରୁ କର୍ମମୟ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ହରିହର ସ୍ୱାଇଁ ପାରଳାଖେମୁଣ୍ଡିରେ ପାଠପଢା ଶେଷ କରି ନିଜ ଜନ୍ମମାଟି ଆସିକା ନିକଟ ଦେବଭୂମି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ ।

ସେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ସେହି ଦଳର ସମର୍ଥନରେ ସରପଞ୍ଚ ନିର୍ବାଚିତ ହୋଇଥିଲେ । ଏହାପରେ ଦୁଇଥର ବିଧାୟକ, ଦୁଇଥର ମନ୍ତ୍ରୀ ଏବଂ ଥରେ ସାଂସଦ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

ଲୋକସଭାରେ ଆସିଥିବା ଅନାସ୍ଥାପ୍ରସ୍ତାବରେ ସେ ହଟଚମଟ ସୃଷ୍ଟି କରି ବିଜେଡିକୁ ଶକ୍ତ ଧକ୍କା ଦେଇଥିଲେ । ପରେ ସେ କଂଗ୍ରେସରେ ଯୋଗଦେଇଥିଲେ ।

ସ୍ୱର୍ଗତ ସ୍ୱାଇଁଙ୍କ ବିଧବା ପତ୍ନୀ, ତିନିଝିଅ ଓ ଗୋଟିଏ ପୁଅ ଅଛନ୍ତି । ସ୍ୱର୍ଗତ ସ୍ୱାଇଁ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ । ସେ ରାଜନୀତିରୁ ଏକ ପ୍ରକାର ନିଷ୍କ୍ରିୟ ରହିବା ପରେ ଅଧୁନା ଭୁବନେଶ୍ୱରସ୍ଥିତ ବାସଭବନରେ ସପରିବାର ରହୁଥିଲେ ।

ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି ହେବାରୁ ତାଙ୍କୁ ନୂଆଦିଲ୍ଲୀର ଏମସରେ ଭର୍ତି କରାଯାଇଥିଲା । ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣବାୟୁ ଉଡିଯାଇଛି । ମୃତୁ୍ୟ ସମୟରେ ତାଙ୍କର ବଡ଼ପୁଅ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version