Site icon Odisha.com

ପ୍ୟାରୀଙ୍କ ରାଲି ପାଇଁ ପୋଲିସର ଅନୁମତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନନେଶ୍ୱର,ଅକ୍ଟେବର ୧୪(ଓଡ଼ିଶା ଡ଼ଟ୍ କମ୍) -ଅକ୍ଟୋବର ୨୮ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାବେଶ ପାଇଁ ପ୍ୟାରୀ ମୋହନ ମହାପାତ୍ର ଙ୍କ ଓଡ଼ିଶା ଜନମୋର୍ଚ୍ଚାକୁ ପୋଲିସ ଅନୁମତି ପ୍ରଦାନ କରିଛି ।

ଲୋୟର ପିଏମ୍ଜି ଠାରେ କ୍ରାନ୍ତି ସମାବେଶ ନାଁ ରେ ହେଉଥିବା ଏହି ରାଲିରେ ପ୍ରାୟ ୫୦ ହଜାର ଲୋକ ଯୋଗ ଦେବାର ସମ୍ଭାବନା ରହିଥିବା ଆୟୋଜକ ମାନେ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରାଜଧାନୀରୁ ବିଭିନ୍ନ କୋଣରୁ ସେଦିନ ଶୋଭା ଯାତ୍ରାମାନେ ବାହାରି ଲୋୟର ପହଞ୍ଚିବେ । କେଉଁ ସ୍ଥାନରୁ କେତେ ସମର୍ଥକ ଆସିବେ ତାର ତାଲିକା ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ରାଜ୍ୟସ୍ତରୀୟ ସମାବେଶକୁ ପ୍ରତି ପଞ୍ଚାୟତରୁ ଅଧିକ ଲୋକ ନଆସି ଦୁଇ ରୁ ତିନିଜଣ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିବା ଉପରେ ସଂଗଠନ ଗୁରୁତ୍ୱ ଦେଇଛି ।

ବଡଧରଣର ଶୋଭା ଯାତ୍ରା,ମୋଟର ସାଇକେଲ ରାଲି ସହର ପରିକ୍ରମା କରିବ । ଲୋୟର ପିଏମ୍ଜି ଠାରେ କୌଣସି ସାଧାରଣ ସଭା କରାଯିବ ନାହିଁ କି ସଭାମଂଚ ଉପଯୋଗୀ କୌଣସି ପେଣ୍ଡାଲ ତିଆରି କରାଯିବ ନାହିଁ ତଥାପି ଶୋଭା ଯାତ୍ରାକୁ ସମ୍ବୋଧିତ କରା ଯିବାର ବ୍ୟବସ୍ଥା କରିଯିବ ।

ବିଜେଡ଼ିରୁ ନିଲମ୍ବିତ ସାଂସଦ ତଥା ଓଡ଼ିଶା ଜନମୋର୍ଚ୍ଚାର ମୁଖ୍ୟ ପ୍ୟାରୀ ମୋହନ ମହାପାତ୍ର କହିଛନ୍ତି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାବେଶର ଏକ ମାସ ମଧ୍ୟରେ କେବିକେରେ ସମାବେଶର ଆୟୋଜନ କରାଯିବ ।

ଏହା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସମାବେଶ ପାଇଁ ସଂଗଠନ ପକ୍ଷରୁ ଯୋଜନା କରାଯାଉଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version