Site icon Odisha.com

ମୁଖ୍ୟସ୍ରୋତରେ ସାମିଲ ପାଇଁ ସବ୍ୟସାଚୀଙ୍କୁ ଗାନ୍ଧୀବାଦୀଙ୍କ ପୁଣି ଚିଠି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୧୬(ଓଡ଼ିଶା ଡ଼ଟ୍ କମ୍) –ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ସବ୍ୟସାଚୀଙ୍କୁ ପୁଣିଥରେ ମଙ୍ଗଳବାର କିଛି ଗାନ୍ଧୀବାଦୀ ଏକ ଚିଠି ଜରିଆରେ ଆହ୍ୱାନ ଦେଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସବ୍ୟସାଚୀଙ୍କ ଅନ୍ତରଙ୍ଗ ବନ୍ଧୁଙ୍କୁ ଭେଟିବା ସହିତ ତାଙ୍କ ଦ୍ୱାରାଉପସ୍ଥାପିତ ଦାବୀ ଓ ପ୍ରସ୍ତାବକୁ ସରକାରଙ୍କ ନିକଟରେ ରଖା ଯାଇଛି ବୋଲି ଚିଠିରେ ଉଲ୍ଲେଖ ଅଛି ।

ଦାବୀଗୁଡିକ ବିଚାରକରି ସହ ସମସ୍ତ ପ୍ରକାର ସହଯୋଗ ପାଇଁ ଗୃହ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ପ୍ରତିଶ୍ରୃତି ଦେଇଥିବା ଚିଠିରେ ଉଲ୍ଲେଖ ରହିଛି ।

ମାଓବାଦୀଙ୍କ ନାଁରେ ଜେଲରେ ଥିବା ବ୍ୟକ୍ତିମାନଙ୍କ କେସ୍ ପ୍ରତି ଦଦୁଇ ମାସରେ ସରକାର ସମୀକ୍ଷା କରିବା ପାଇଁ ପ୍ରତିଶୃତି ଦେଇଥିବା ଏଥିରେ କୁହାଯାଇଛି । ଠିକ୍ ସେହିପରି ଜେଲରୁ ମୁକୁଳିବା ପରେ ସେମାନଙ୍କ ସ୍ୱାଭାବିକ ଜୀବନ ଯାପନ ପାଇଁ ସରକାର ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିବା ଚିଠିରେ ଉଲ୍ଲେଖ ରହିଛି ।

ସେହିପରି ଗରିବ ଆଦିବାସୀଙ୍କ ଜମି ହଡପ ସମସ୍ୟାର ସମାଧାନ ପାଇଁ ବୋର୍ଡ ଅଫ୍ ରେଭିନ୍ୟୁୟୁ ମେମ୍ବରଙ୍କୁ ଦାୟିତ୍ୱ ଦିଆ ଯାଇଛି । ସେମଧ୍ୟ ସେମାନଙ୍କର ସମାଧାନ ପାଇଁ ବିଜ୍ଞାପନ ଜରିଆରେ ପ୍ରସ୍ତାବ ଆହ୍ୱାନ କରିଥିବା କୁହାଯାଉଛି ।

ଜୟପରାଜୟର ମାନସିକାତାର ଉପରକୁ ଉଠି ଆଲୋଚନା କଲେ ସବୁ ସମାଧାନର ଉପାୟ ବାହାରି ପାରିବ ବୋଲି ବୁଦ୍ଧିଜୀବୀମାନେ ଚିଠିରେ ଲେଖିଛନ୍ତି ।

ଏହି ଚିଠିରେ ଅର୍ଣ୍ଣପୂର୍ଣ୍ଣା ମହାରମା, ରବିରାୟ, ମହମ୍ମଦ ବାଜୀ, ରତନ ଦାସ, ଭଗବାନ ପ୍ରକାଶ ଏବଂ ପ୍ରଫେସର ରାଧାମୋହନଙ୍କ ନାଁଆ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version