Site icon Odisha.com

୧୯ରେ ବ୍ରହ୍ମପୁରରେ ବିଜେଡିର ସମାବେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୬(ଓଡ଼ିଶା ଡ଼ଟ୍ କମ୍) – ୧୯ ଅକ୍ଟୋବରରେ ବିଜେଡି ତରଫରୁ ବ୍ରହ୍ମପୁରରେ ଏକ ସମାବେଶ କରାଯିବ ବୋଲି ଦଳ ତରଫରୁ ମଙ୍ଗଳବାର କୁହାଯାଇଛି ।

ଉକ୍ତ ଦିନ ବିଜେଡିରୁ ନିଲମ୍ବିତ ସାଂସଦ ପ୍ୟାରୀମୋହନ ମହାପାତ୍ର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ପୂର୍ବରୁ ଘୋଷଣା କରିଥିବାରୁ ଏହି ରାଲି ତାଙ୍କୁ ପ୍ରତିହତ କରିବା ପାଇଁ କରାଯାଉଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁମାନ କରିଛନ୍ତି ।

ଓଡଶା ଜନମୋର୍ଚ୍ଚା ଗଠନ କରିଥିବା ମହାପାତ୍ର ଚଳିତମାସ ୨୯ରେ ପ୍ରାୟ ପଚାଶହଜାର ଲୋକଙ୍କର ଏକ ରାଲି ଭୁବନେଶ୍ୱରରେ କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ହେଉଥିବା ବିଜେଡ଼ିର ରାଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଏକ ଶକ୍ତିପରୀକ୍ଷା ବୋଲି ସେମାନେ କହିଛନ୍ତି ।

ବ୍ରହ୍ମପୁରର ଏହି ସମାବେଶରେ ପ୍ରାୟ ୫୦ ହଜାର କର୍ମୀ,ସମର୍ଥକ ଓ ସାଧାରଣ ଜନତା ଉପସ୍ଥିତ ରହିବେ ବୋଲି ବିଜେଡି ତରଫରୁ ଆକଳନ କରାଯାଇଛି ।

ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ସମସ୍ତ ବିଧାୟକ ବିଧାୟିକା ଏହି ମହାସମାବେଶରେ ଯୋଗଦେବେ । ଏହାର ପ୍ରସ୍ତୁତି ପର୍ବ ଯୁଦ୍ଧକାଳୀନ ଭିତିରେ ଚାଲଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version