Site icon Odisha.com

କଂଗ୍ରେସ ଆରମ୍ଭ କଲା ସଭ୍ୟସଂଗ୍ରହ ଅଭିଯାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୧୬(ଓଡ଼ିଶା ଡ଼ଟ୍ କମ୍) –କଂଗ୍ରେସ ମଙ୍ଗଳବାର ଠାରୁ ଆରମ୍ଭ କରିଛି ସଭ୍ୟ ସଂଗ୍ରହ ଅଭିଯାନ । ୨୦୧୫ ସୁଦ୍ଧା ରାଜ୍ୟରେ ୫୦ ଲକ୍ଷ ସଭ୍ୟ ସଂଗ୍ରହ ଅଭିଯାନର ଲକ୍ଷ ରଖିଛି ଦଳ ।

ପାର୍ଟି ପ୍ରତି ବୁଥ୍ ରୁ ସଭ୍ୟ ସଂଗ୍ରହ କରିବ । ଆଜି ରାଜଧାନୀ ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀରୁ ଏ ଅଭିଯାନ ଆରମ୍ଭ ହୋଇଛି । ଶବରସାହୀର ନୟନୀ ନାୟକ ଏହି ଅଭିଯାନର ପ୍ରଥମ ସଦସ୍ୟ ହୋଇଛନ୍ତି ।

ନୂତନ ସଭ୍ୟ ମଧ୍ୟରେ ୫୦ ପ୍ରତିଶତ ମହିଳା,୨୫ ପ୍ରତିଶତ ଯୁବକ ଓ ଛାତ୍ର ସଦସ୍ୟ ରହିବେ । ଏବେ ଦଳର ୩୫ ଲକ୍ଷ ସଭ୍ୟ ଥିବା ବେଳେ ୩ ବର୍ଷ ମଧ୍ୟରେ ଦଳ ୧୫ ଲକ୍ଷ ସଭ୍ୟ ସଂଗ୍ରହ କରିବାର ଲକ୍ଷ ରଖିଛି ଦଳ ।

ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ଏ ସଂର୍ପକରେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଶାସନ ପରିବର୍ତନ ଓଡିଶା ବିକାଶ ପାଇଁ ଅପରିହାର୍ଯ୍ୟ । ଏକଥା ଜନସାଧାରଣ ବୁଝିସାରିଛନ୍ତି ।

ତେଣୁ ସ୍ୱତ ପ୍ରବୃତ ଭାବରେ ବହୁ ଲୋକ କଂଗ୍ରେସର ସଭ୍ୟହେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ଆମର ଦୃଢ ଆଶା ଆମର ଲକ୍ଷ୍ୟଠାରୁ ଅଧିକ ସଭ୍ୟ ସଂଗ୍ରହ କରିପାରିବୁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version