Site icon Odisha.com

ରାଜମହଲ ଛକରେ ଫ୍ଲାଏ ଓଭର ଉଦ୍ଘାଟିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୭(ଓଡ଼ିଶା ଡ଼ଟ୍ କମ୍) – ରାଜଧାନୀର ବ୍ୟସ୍ତ ବହୁଳ ରାଜମହଲ ଛକ ଠାରେ ନିର୍ମାଣାଧୀନ ଫ୍ଲାଇଓଭର ବ୍ରିଜ ଆଜି ଉଦଘାଟିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ।

୨୦୦୯ ମସିହା ଅକ୍ଟୋବର ମାସରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ମୋଟ ୫୨ କୋଟି ୩ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଥିଲା ।

ପୂର୍ତ ବିଭାଗ ଦ୍ୱାରାନିର୍ମାଣ କରାଯାଇଥିବା ଦୁଇ ଟିକିଆ ଏହି ଫ୍ଲାଇଓଭରର ଲମ୍ବ ୫୬୦ ମିଟର । ତିନି ଲେନ ବିଶିଷ୍ଟ ଏହି ଓଭରବ୍ରିଜର ଚଉଡ଼ା ୬.୫ ମିଟର ହୋଇଥିବା ବେଳେ ୩ ମିଟର ଚଉଡ଼ାର ଫୁଟପାଥ ରହିଛି ।

ଏହି ଫ୍ଲାଇଓଭର କଳ୍ପନାଛକରୁ ଏ.ଜି.ଛକକୁ ସଂଯୋଗ କରୁଛି । ଏହା ତଳ ଦେଇ ଯାଇଥିବା ରାସ୍ତା ଶିଶୁଭବନ ଛକ ଓ ମାଷ୍ଟରକ୍ୟାଟିଂନିକୁ ସଂଯୋଗ କରୁଛି ।

ଫ୍ଲାଇଓଭରର ଉଭୟ ପାଶ୍ୱର୍ରେ ମଧ୍ୟ ରାସ୍ତା ନିର୍ମାଣ କରାଯାଇଛି । ଭିଡ଼ ଯୋଗୁଁ ଯାତ୍ରୀମାନେ ଏଠାରେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ଏଥର ଦୂର ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version