Site icon Odisha.com

କନ୍ଧମାଳ ଦଙ୍ଗା ମାମଲା:ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟର ଜବାବ ତଲବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୦(ଓଡ଼ିଶା ଡ଼ଟ୍ କମ୍) –୨୦୦୮ କନ୍ଧମାଳ ଦଙ୍ଗା ମାମଲାରେ ଉଚ୍ଚହାରରେ ଅଭିଯୁକ୍ତ ଛାଡ ପାଉଥିବାରୁ ଏହା ବିରୋଧରେ ଆଗତ ଏକ ଜନସ୍ୱାର୍ଥମାମଲାରେ ସୁପ୍ରିମକୋର୍ଟ ଓଡିଶା ସରକାରଙ୍କୁ ୮ ସପ୍ତାହ ମଧ୍ୟରେ ଜବାବ ଦେବାକୁ ତଲବ କରିଛନ୍ତି ।

ଜନସ୍ୱାର୍ଥମାମଲାରେ ଆବେଦନକାରୀ ଦର୍ଶାଇଥିଲେ ଯେ କନ୍ଧମାଳ ଦଙ୍ଗା ଘଟଣାରେ ଦାୟର ୧୮୫ଟି ଅପରାଧ ମାମଲାରୁ ୯ ଡିସେମ୍ବର ୨୦୧୧ ସୁଦ୍ଧା ୧୨୧ଟି ମାମଲାରେ ଅଭିଯୁକ୍ତମାନେ ଛାଡ ପାଇଛନ୍ତି ।

ଅଭିଯୁକ୍ତଙ୍କ ବିରୋଧରେ ଶକ୍ତ ପ୍ରମାଣ ଯୋଗାଡରେ ବିଫଳତା, ପ୍ରତ୍ୟକ୍ଷଦର୍ଶୀ ବୟାନ ବଦଳାଇବା ଭଳି କାରଣରୁ ଏଭଳି ଘଟୁଛି ଏବଂ ଏତେ ସଂଖ୍ୟକ ଅଭିଯୁକ୍ତ ପ୍ରମାଣ ଅଭାବରୁ ଛାଡ ପାଇଯିବା ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଥିବା ଆବେଦନକାରୀ ଅଭିଯୋଗ କରିଥିଲେ ।

ତେବେ କୋର୍ଟ ଏହିସବୁ ଅଭିଯୋଗ ଉପରେ ୮ ସପ୍ତାହ ମଧ୍ୟରେ ଜବାବ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଏନେଇ ରାଜ୍ୟ ସରକାରଙ୍କ ନିକଟରୁ ପ୍ରତିକ୍ରୀୟା ମିଳିପାରିନାହିଁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version