Site icon Odisha.com

କନ୍ଧମାଳ ଦଙ୍ଗା ମାମଲାରେ ୫୫ ଜଣଙ୍କୁ କମିଶନଙ୍କ ନୋଟିସ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୧(ଓଡ଼ିଶା ଡ଼ଟ୍ କମ୍) –କନ୍ଧମାଳ ହିସାଂ ମାମଲାରେ ବିଶ୍ୱହିନ୍ଦୁ ପରିଷଦ ନେତା ଅଶୋକ ସିଂହଲଙ୍କ ସମେତ ୫୫ ଜଣଙ୍କୁ ଧାରା ୮-ବି ଅନୁସାରେ ନୋଟିସ ଜାରି କରିଛନ୍ତି ଜଷ୍ଟିସ ଏ ଏସ୍ ନାଇଜୁ ।

ସମସ୍ତେ ବ୍ୟକ୍ତିଗତ ଭାବେ କିମ୍ବା ଓକିଲଙ୍କ ଜରିଆରେ ଆସି କମିଶନରଙ୍କ ଆଗରେ ଆସନ୍ତା ମାସ ୧୯ ତାରିଖ ସୁଦ୍ଧା ସେମାନଙ୍କ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସାଢେ ତିନିବର୍ଷଧରି ଚାଲିଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଓ ପରବର୍ତୀ ହିଂସା କାଣ୍ଡର ଏହି ତଦନ୍ତରେ ଏପର୍ଯ୍ୟନ୍ତ ୧୬୫ ଜଣ ସାକ୍ଷ ଦେଇଛନ୍ତି । ସାକ୍ଷମାନେ ଯେଉଁ ଯେଉଁ ବ୍ୟକ୍ତିଙ୍କ ନାମ ନେଇଛନ୍ତି ସେମାନଙ୍କର ଭୂମିକା ସଂପର୍କରେ ଜାଣିବାକୁ କମିଶନର ସେମାନଙ୍କୁ ନୋଟିସ ଜାରିକରିଛନ୍ତି ।

ଏମାମଲାରେ ଗୃହ ବିଭାଗର ଭୁମିକା ଆଗକୁ ଆସିପାରେ ଏବଂ ମୁଖ୍ୟମନ୍ତ୍ରୀ ନିଜ ପକ୍ଷ ରଖିପାରନ୍ତି ବୋଲି କହିଛନ୍ତି ପ୍ରତିପକ୍ଷ ଓକିଲ ସୁରେଶ ପୁଜାରୀ ।

ଓଡ଼ିଶା ଡ଼ଟ୍ କମ୍

Exit mobile version