Site icon Odisha.com

ଟ୍ରକ ଯୋଗେ ଖଣିଜ ପଦାର୍ଥ ପରିବହନ ପୁଣି ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର,ଅକ୍ଟୋବର ୨୨(ଓଡ଼ିଶା ଡ଼ଟ୍ କମ୍) –୧୪ ମାସ ବନ୍ଦ ରହିବା ପରେ ଏବଂ ଟ୍ରକମାଲିକ ସଂଘର ବାରମ୍ବାର ଆନ୍ଦୋଳନ ପରେ କେନ୍ଦୁଝରରେ ପୁଣି ଟ୍ରକ ଯୋଗେ ଖଣିଜ ପଦାର୍ଥ ପରିବହନ ସୋମବାର ଆରମ୍ଭ ହୋଇଛି ।

ଗତବର୍ଷ ଜଙ୍ଗଲ ଆଇନ ଉଲଙ୍ଘନ ଅଭିଯୋଗପରେ ଶୁଆକାଠି ସ୍ଥିତ ଓଏମ୍ସି ଖଣିରୁ ଖଣିଜ ପଦାର୍ଥ ଉତୋଳନ କାମ ବନ୍ଦ କରାଯାଇଥିଲା । ଫଳରେ ଏହି ଖଣି ଉପରେ ନିର୍ଭର କରୁଥିବା ଏହି ଟ୍ରକ ପରିବହନ ବନ୍ଦ ହୋଇ ଯାଇଥିଲା ।

ଅନ୍ୟ ପକ୍ଷରେ କେବଳ ଟ୍ରେନ ଯୋଗେ ଖଣିଜ ପଦାର୍ଥ ପରିବହନ ପାଇଁ ନିସ୍ପତି ନିଆଯିବାରୁ ଟ୍ରକ ମାଲିକ ସଂଘ କାରବାର ପ୍ରଭାବିତ ହୋଇ ଯାଇଥିଲା ।

ଏହା ପ୍ରତିବାଦରେ ଟ୍ରକମାଲିକ ସଂଘ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଥିବା ବେଳେ ଜଣେ ଆନ୍ଦୋଳନକାରୀଙ୍କ ଅନଶନ ସମୟରେ ମୃତ ଘଟିଥିଲା ।

ସୁପ୍ରୀମକୋର୍ଟ ନିଦେ୍ର୍ଧଶ ମୁତାବକ ଓଏମ୍ସିର ଗନ୍ଧମାର୍ଦ୍ଧନ ଖଣିରୁ ପୁଣି ଉତ୍ତୋଳନ କରାଯାଇଛି । ଏହି ଖଣିରୁ ପରିବହନ କେବଳ ଟ୍ରକ ଯୋଗେ ହେଉଥିବାରୁ ଏଠାରେ ଉତ୍ତୋଳନ ଆରମ୍ଭ ହେବା ସହିତ ଟ୍ରକ ଯୋଗେ ପରିବହନ ମଧ୍ୟ ପୁଣି ଚାଲିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version