Site icon Odisha.com

ଖୋଲିଲା ବେଦାନ୍ତ ପ୍ଳାଣ୍ଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଳାହାଣ୍ଡି,ଅକ୍ଟୋବର ୨୨(ଓଡ଼ିଶା ଡ଼ଟ୍ କମ୍) –ଦଶଦିନ ବନ୍ଦ ରହିବାପରେ ପୁଣି ସୋମବାର ଠାରୁ ଖୋଲିଲା କଳାହାଣ୍ଡିର ଲାଞ୍ଜିଗଡସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରି ।

ଗତ ୧୨ ତାରିଖରେ କଂପାନୀ ପାଖରୁ ବକସାଇଟ୍ ସଂପୂର୍ଣ୍ଣ ସରିଯିବାପରେ ବେଦାନ୍ତ ରିଫାଇନାରି ପ୍ଳାଣ୍ଟକୁ ବନ୍ଦ କରିଦେଇଥିଲା । ବେଦାନ୍ତ ଗ୍ରୁଫର ବାଲ୍କୋ ଅଧିନସ୍ଥ ଛତିଶଗଡର କବାର୍ଦ୍ଧ ମାଇନ୍ସରୁ କଂପାନୀ ୩୦ ହଜାର ଟନ୍ ବକସାଇଟ ସଂଗ୍ରହ କରିଛି ।

ଏହା ସହିତ ଗୁଜୁରାଟ ମେନ୍ରାଲ ଡେଭଲପମେଣ୍ଟ କର୍ପୋରେସନରୁ କଂପାନୀ ଦୁଇଟି ପର୍ଯ୍ୟାୟରେ ୯୦ ହଜାର ଟନ୍ ବକ୍ସାଇଟ୍ ଆଣୁଛି ।

ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୬ ତାରିଖରେ ୪୫ ହଜାର ଟନ୍ ବକ୍ସାଇଟ୍ ଲାଞ୍ଜିଗଡରେ ପହଞ୍ଚିବ । ପୁଣି ଡିସେମ୍ବର ୫ ପର୍ଯ୍ୟନ୍ତ ରିଫାଇନାରି କୌଣସି ମତେ ଚଳାଇ ରଖାଯିବ ବୋଲି କଂପାନୀ କତୃପକ୍ଷ ସୂଚନା ଦେଇଛନ୍ତି ।

ପ୍ଳାଣ୍ଟ ପାଇଁ ଦୈନିକ ୧୦ ହଜାର ଟନ୍ ବକ୍ସାଇଟ ଆବଶ୍ୟକ । ବକ୍ସାଇଟ୍ ମିଳିବାକୁ ଅସୁବିଧା ହେବାରୁ ଡିସେମ୍ବର ୫ ତାରିଖରେ ପ୍ଳାଣ୍ଟ ବନ୍ଦ କରିବାକୁ ଗତ ସେପ୍ଟେମ୍ବର ୬ ତାରିଖରେ ବେଦାନ୍ତ ରାଜ୍ୟ ଶ୍ରମବିଭାଗକୁ ନୋଟିସ୍ ପଠାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version