Site icon Odisha.com

ଆରଏସ୍ଏସ୍ ତରଫରୁ ବିଜୟା ଦଶମୀ ଉତ୍ସବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୪(ଓଡ଼ିଶା ଡ଼ଟ୍ କମ୍) –ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ହେଉଛନ୍ତି ଭାରତୀୟ ସଂସ୍କୃତିର ରକ୍ଷକ ଓ ବୀରତ୍ୱର ପ୍ରତୀକ ଓ ଧର୍ମ,ସଂସ୍କୃତି,ପରମ୍ପରା,ଏକତା ,ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ଦାୟିତ୍ୱ ଏହିମାନଙ୍କ ଉପରେ ନ୍ୟସ୍ତ ବୋଲି ରାଜ୍ୟ ସାକ୍ଷରତା ମିଶନର ଉପଦେଷ୍ଟା ଉଦ୍ଧବ ଚରଣ ନାୟକ ପ୍ରକାଶ କରିଛନ୍ତି ।

ବୁଧବାର ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର ତରଫରୁ ଅନୁଷ୍ଠିତ ବିଜୟା ଦଶମୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ରାଜ୍ୟ ପୌଢଶିକ୍ଷା ମିଶନର ପୂର୍ବତନ ଉପନିର୍ଦ୍ଦେଶକ ନାୟକ କହିଲେ ଭାରତୀୟ ସଂସ୍କୃତି ସାରା ବିଶ୍ୱକୁ ଦିଗ୍ଦର୍ଶନ ଦେଉଛି ଓ ଦେଉଥିବ ।

ଏହା ନୂତନ ମଙ୍ଗ ପ୍ରଦାନକାରୀ ସଂସ୍କୃତି । ଜାତୀୟ ସଂହତି ହେଉଛି ଭାରତର ବିଶ୍ୱକୁ ଅବଦାନ । ଏହା ବହୁପୁରାତନ କାଳରୁ ଭାରତରେ ବିଦ୍ୟମାନ । ତେଣୁ ସେହି ମହାନ୍ ସଂସ୍କୃତିକୁ ଉଜ୍ବିତକରି ରଖିବାକୁ ହେବ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

ପୁରୀ ବିଭାଗ ସହସଂଘ ଚାଳକ ସମୀର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଷ୍ଟ୍ରଦୀପର ସଂପାଦକ ଶ୍ରୀ ଜଗବନ୍ଧୁ ମିଶ୍ର ମୁଖ୍ୟବକ୍ତାରୂପେ ଯୋଗଦେଇ କହିଲେ ର୍ଦୁବଳ ହୋଇ ବଞ୍ଚି ରହିପାରିବା ନାହିଁ ।

ରାଷ୍ଟ୍ର ର୍ଦୁବଳ ହେଲେ ତିଷ୍ଠି ରହିପାରିବ ନାହିଁ । ସେଥିପାଇଁ ଉପାସନା ଦରକାର । ଆଜିର ଦେବୀ ଉପାସନା, ରାଷ୍ଟ୍ର ଉପାସନା ଓ ସମାଜ ଉପାସନା ।

ଆମ ଦେଶର ସଂସ୍କୃତି, ପରମ୍ପରା, ଧର୍ମ, ମହାପୁରୁଷ ଆଦି ସମସ୍ତେ ଉଦା । ଭାରତର ମାଟି, ପାଣି, ପବନ, ଗୋଡି ଶାଳଗ୍ରାମ ମହାନ୍ । ସମସ୍ତେ ଚନ୍ଦନ ପରି ଉଦା ବୋଲି ଯେତେବେଳେ ଭାବନା ଆସିବ ସେତେବେଳେ ଆମ ମଧ୍ୟରେ ଶତ ସଂହିର ବଳ ଜାଗି ଉଠିବ । ଆମର ପ୍ରଗତୀକୁ କେହି ଅଟକାଇ ପାରିବେ ନାହିଁ ।

ଆର୍ଥିକ ଯନ୍ତ୍ରରେ ଦେଶ ଆଜି ବାନ୍ଧି ହେବାକୁ ଯାଉଛି । ଭାରତର କୋଟି କୋଟି ଧନସଂପଦ କଳାଧନ ନାମରେ ବିଦେଶରେ ଜମା ହୋଇ ରହିଛି ।

ବହୁରାଷ୍ଟ୍ରୀୟ କମ୍ପାନୀମାନେ ଆମର ଅର୍ଥନୀତିକୁ କବ୍ଚା କରି ସାର୍ବଭୌମତ୍ୱକୁ ନଷ୍ଟ କରିବାକୁ ବସିଛନ୍ତି । ତେଣୁ ଜାଗ୍ରତ ସମାଜ ଠିଆହେଲେ ଏହାର ବିରୋଧ ହେବ । ବିନା ଶକ୍ତିରେ କିଛି ହେବ ନାହିଁ ।

ଶକ୍ତିଥିଲେ ସମସ୍ତେ ଭକ୍ତି କରିବେ । ଆମେରିକା ପାଖରେ ମୁଣ୍ଡ ନୁଆଁଇବାକୁ ପଡିବ ନାହିଁ କି ବିଦେଶରୁ ପୁଞ୍ଜି ଆଣିବାକୁ ପଡିବ ନାହିଁ । ଆତ୍ମ ସ୍ୱାଭିମାନ ଜାଗ୍ରତ ହେଲେ,ସ୍ୱାଭିମାନ ହୋଇ ବଢିଲେ ଜାତିର ଉନ୍ନତି ହେବ, ଦେଶ ଶ୍ରେଷ୍ଠ ହେବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।

ଏହି ଅବସରରେ ଏକ ଭବ୍ୟ ପଥ ସଂଚଳନ ସ୍ଥାନୀୟ ୟୁନିଟ ୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ବାହାରି ଡେଲଟାଛକ, ଶ୍ରୀରାମ ମନ୍ଦିର, ଗୋପବନ୍ଧୁ ସ୍କୋୟାର, ରଜାଭବନ ପଛ, ହନୁମାନ ମନ୍ଦିର, ବାହାଇଛକ ଦେଇ ସମଗ୍ର ୟୁନିଟ ୮ ଅଞ୍ଚଳ ପରିକ୍ରମା କରିଥିଲା ।

ପଥ ମଧ୍ୟରେ ମାଆ, ଭଉଣୀମାନେ ପୁଲ, ଚନ୍ଦନ, ଦୀପ ଓ ଧୂପ ଦେଇ ସଂଘର ଗୁରୁ ପବିତ୍ର ଗୈରିକ ପତାକାକୁ ବନ୍ଧାପନା କରିଥିଲେ । ଉତ୍ସବ ସ୍ଥାନରେ ସ୍ୱୟଂସେବମାନଙ୍କ ଦଦ୍ୱାରାସୂୂୂର୍ଯ୍ୟ ନମସ୍କାର, ନିୟୁଦ୍ଧ, ଦଣ୍ଡ, ବିଭିନ୍ନ ପ୍ରକାର ଆସନ୍ନ, ପତାକା ଯୋଗ ପଦର୍ଶନ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version