Site icon Odisha.com

ଗୁରୁବାର ଭସାଣ : ବାଜା ବାଣ ରୋଷଣୀରେ ରାଜଧାନୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୪(ଓଡ଼ିଶା ଡ଼ଟ୍ କମ୍)–ଗୁରୁବାର ଦିନ ଅପରାହ୍ନରେ ଭୁବନେଶ୍ୱରେ ଆରମ୍ଭ ହେବ ଭସାଣ ଶୋଭାଯାତ୍ରା । ଏହା ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ଚାଲିବ ।

ଅପରାହ୍ନ ୪ଟା ସୁଦ୍ଧା ସହିଦ ନଗର ପୂଜା ମଣ୍ଡପରେ ଏକାଠି ହେବେ ୨୦ଟି ମେଢ । ଗୋଟିଏ ପରେ ଗୋଟିଏ ମେଢ ଶୋଭାଯାତ୍ରାରେ ବାହାରିବେ । ବାଜା ବାଣ ରୋଷଣୀରେ ଫାଟି ପଡିବ ରାଜଧାନୀ । କେଉଁ ମେଢ କେତେବେଳେ ବାହାରିବ ସେଥିପାଇଁ ଲଟେରି ହେବ । ବିସର୍ଜ୍ଜନ ଶୋଭାଯାତ୍ରା ଦିନ ମାଷ୍ଟର କ୍ୟାଣ୍ଟିନ ଦେଇ ରାଜମହଲ ପର୍ଯ୍ୟନ୍ତ ଯିବ ।

ସେହିପରି ଅନ୍ୟ ଏକ ଶୋଭାଯାତ୍ରା ଅପରାହ୍ନ ସାଢେ ଦୁଇଟାରୁ ନୟାପଲ୍ଲୀ ପୂଜା ମଣ୍ଡପ ନିକଟରୁ ବାହାରିବ । ଏଥିରେ ମଧ୍ୟ ସାମିଲ ହେବେ ୨୦ରୁ ଅଧିକ ମେଢ । ନୟାପଲ୍ଲୀ,ସିଆରପି,ଡିଏଭି ଛକ ଦେଇ ଗଙ୍ଗ ନଗର ପର୍ଯ୍ୟନ୍ତ ଆସିବେ । ମେଢ ଗୁଡିକ କୁଆଖାଇ କିମ୍ବା ଦୟାନଦୀରେ ବିସର୍ଜ୍ଜନ କରାଯିବ ।

ଭସାଣ ପାଇଁ ସହିଦ ନଗରରୁ ରାଜମହଲ ଓ ନୟାପଲ୍ଲୀ ଠାରୁ ଗଙ୍ଗନଗର ଛକ ପର୍ଯ୍ୟନ୍ତ ୱାନୱେ ଟ୍ରାଫିକ୍ ବ୍ୟବସ୍ଥା କରା ଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ଯାନବାହନ ଚଳାଛଳ କ୍ଷେତ୍ରରେ ପରିବ ର୍ନ କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସହରରେ ନିୟନ୍ତ୍ରଣ ହୋଇଛନ୍ତି ୨୨ ପ୍ଲାଟୁନ ଫୋର୍ସ ।

ଓଡ଼ିଶା ଡ଼ଟ୍ କମ୍

Exit mobile version