Site icon Odisha.com

ପ୍ୟାରୀଙ୍କ ଅଭିଯୋଗ ଭିତିହୀନ ଓ ମିଥ୍ୟା: ନବୀନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୩୧(ଓଡ଼ିଶା ଡ଼ଟ୍ କମ୍) –ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିଲ୍ଲୀ ଗସ୍ତରୁ ଫେରିବାପରେ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ୟାରୀମୋହନଙ୍କ ଅଭିଯୋଗ ଭିତିହୀନ ଓ ମିଥ୍ୟା ଓ ଏଥିରେ କୌଣସି ସତ୍ୟାସତ୍ୟ ନାହିଁ ।

ଏଥିସହିତ ସେ କହିଥିଲେ ଯେ, ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ପ୍ୟାରୀମୋହନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ତାଙ୍କର ସମସ୍ତ କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବେ ଏବଂ ଠିକଣା ସମୟରେ ନିଷ୍ପତ ନେବେ ।

ପଟ୍ଟନାୟକ ଓ ମହାପାତ୍ର ଏୟାର ଇଣ୍ଡିଆନ ବିମାନରେ ଦୁଇ ଜଣ ସାଙ୍ଗହୋଇ ଆସିଥିଲେ ମଧ୍ୟ ବିମାନ ମଧ୍ୟରେ କୌଣସି କଥାବାର୍ତା ହୋଇନାହିଁନ୍ତି ବୋଲି ପ୍ୟାରୀମୋହନ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ୨୮ ତାରିଖରେ ବିଜେଡିରୁ ନିଲମ୍ବିତ ସାଂସଦ ତଥା ଓଡିଶା ଜନମୋର୍ଚ୍ଚାର ଅଧ୍ୟକ୍ଷ ପ୍ୟାରୀମୋହନ ମହାପାତ୍ର କ୍ରାନ୍ତି ସମାବେଶରେ ବିଜେଡି କୋଇଲା ବ୍ଲକ ଆବଣ୍ଟନରେ ସଂପୃକ୍ତ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଏଥିସହିତ ସେ କହିଥିଲେ ଯେ, ମୋର୍ଚ୍ଚା କଂଗ୍ରେସର ବି ଟିମ୍ ନୁହେଁ । ବିଜେଡି କୋଇଲା ବ୍ଲକ ସୁପାରିଶରେ ସଂପୃକ୍ତ ଥିବାରୁ କଂଗ୍ରେସ ସହିତ ସଲାସୁତୁରା କରୁଛି । ତେଣୁ ବିଜେଡି କଂଗ୍ରେସର ବି ଟିମ୍ ବୋଲି ଅଭିଯୋଗ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version