Site icon Odisha.com

ଯାତ୍ରୀଙ୍କ ମୁଣ୍ଡରେ ଚଡକ:ବଢିଲା ବସ୍ ଭଡା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୩୧(ଓଡ଼ିଶା ଡ଼ଟ୍ କମ୍) –ରାଜ୍ୟରେ ଯାତ୍ରୀବାହୀ ବସ୍ଭଡା ବୃଦ୍ଧି କରାଯାଇଛି । ଡିଜେଲ ଦର ବୃ୍ଦ୍ଧି ପରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ବସବଢା ବୃଦ୍ଧି ଲାଗି ଦାବି କରାଯାଇଥିଲା ।

ସାଧାରଣ ବସ୍ ଭଡା କିଲୋମିଟର ପିଛା ୫ ପଇସା ବୃଦ୍ଧି ପାଇଥିବାବେଳେ ଡିଲକ୍ସ ବସ ଭଡା କି.ମି. ପିଛା ୬ ପଇସା ବୃଦ୍ଧି ପାଇଛି । ସେହିପରି ଏସି ବସ ଭଡା କି.ମି. ପିଛା ୮ ପଇସା ବୃଦ୍ଧି କରାଯାଇଛି ।

ଏହିକ୍ରମରେ ଯାତ୍ରୀମାନଙ୍କୁ ସାଧରଣ ବସ୍ ପାଇଁ କି.ମି.ଦେବାକୁ ପଡିବ ୫୫ ପଇସା,ଏହାର ପୂର୍ବ ଭଡା ଥିଲା ୫୦ ପଇସା । ଡିଲକ୍ସ ବସ ଭଡା କି.ମି.ପିଛା ଥିଲା ୭୦ ପଇସା,ଏବେ ହେଲା ୭୬ ପଇସା । ଏସି ବସ ଭଡା କି.ମି ପିଛା ଥିଲା ୮୫ ପଇସା, ଏବେ ଯାତ୍ରୀମାନଙ୍କୁ ଦେବାକୁ ପଡିବ ୯୩ ପଇସା ।

ବସ ଭଡାକୁ ସାଧାରଣରେ ତୀବ୍ର ବିରୋଧ କରାଯାଇଛି । ଏହି ବର୍ଦ୍ଧିତ ଭଡା ନଭେମ୍ବର ପହିଲାରୁ ଲାଗୁ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version