Site icon Odisha.com

ବର୍ଦ୍ଧିତ ବସଭଡା ବିରୋଧରେ ବିକ୍ଷୋଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୧ (ଓଡ଼ିଶା ଡ଼ଟ୍ କମ୍)– ରାଜ୍ୟ ସରକାର ଗତ ୩୦ ତାରିଖ ଦିନ ବସଭଡ଼ା ବୃଦ୍ଧି ଘୋଷଣା କରିଥିଲେ । ଆଜି ଠାରୁ ଏହି ବର୍ଦ୍ଧିତ ଭଡ଼ା ଲାଗୁ ହୋଇଛି । ଏହାକୁ ବିରୋଧକରି କଟକ,ଭୁବନେଶ୍ୱର ଓ ବ୍ରହ୍ମପରୁରେ ରାଜନୈତିକ ଦଳ ଗୁଡିକ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ରାଜ୍ୟ ସରକାର ତୁରନ୍ତ ବସଭଡା ପ୍ରତ୍ୟାହୃତ କରିବାକୁ ଦାବି କରିଛନ୍ତି ସମାଜବୀଦ ପାର୍ଟି ଓ ବାମଦଳ । ନଚେତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।

ସିପିଆଇ ଓ ସମାଜବାଦୀ ପାର୍ଟି ପକ୍ଷରୁ ଆଜି ସକାଳୁ ପୁରୁଣା ବସଷ୍ଟାଣ୍ଡ ଓ ମାଷ୍ଟର କ୍ୟାଣ୍ଟିନ ଛକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସିପିଆଇ ଅଭିଯୋଗ କରିଛି ଯେ,ରାଜ୍ୟ ସରକାର ବସମାଲିକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସାଧାରଣ ଲୋକଙ୍କ କଥା ଭୁଲି ଯାଉଛନ୍ତି । ଯାହାର ପ୍ରଭାବ ସିଧାସଳଖ ଗରୀବ ଲୋକଙ୍କ ପକେଟ ଉପରେ ପଡୁଛି ।

ଦଳର ନେତା ସୁର ଜେନା କହିଛନ୍ତି ଓଡିଶାର ଛାତ୍ର ଓ ଜନତା ସମସ୍ତଙ୍କୁ ଏକାଠିକରି ବର୍ଦ୍ଧିତ ବସ୍ ଭଡା ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ।

ସମାଜବାଦୀ ପାର୍ଟି ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛି । ପାର୍ଟିର ସଭାପତି ରବି ବେହେରା କହିଛନ୍ତି ଅନ୍ୟାନ୍ୟ ଜିନିଷର ଦରଦାମ ବୃଦ୍ଧି ପାଉଛି ସେହି ସମୟରେ ୫ ପଇସା କିଲୋମିଟର ପିଛା ବସଭଡା ବୃଦ୍ଧି ନିଶ୍ଚିତ ଭାବରେ ବାଧିବ ।

ଏହି ଭଡା ବୃଦ୍ଧି ଘଟଣାକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଛି । ଏହା ଯାତ୍ରୀଙ୍କ ଉପରେ ବୋଝ ଉପରେ ଲଳିତା ବିଡା ଭଳି ହୋଇଛି ବୋଲି ବହୁ ବ୍ୟକ୍ତିବିଶେଷ ଓ ସଂଗଠନ କହିଛନ୍ତି ।

ସୂଚନା ଯୋଗ୍ୟ ଯେ,ସାଧାରଣ ବସ ଭଡା (ଅର୍ଡିନାରୀ) କିମି ପିଛା ୫ ପଇସା, ଏକ୍ସପ୍ରେସ ୫ ପଇସା, ଡିଲକ୍ସ ୬ ପଇସା ଓ ଏସି ବସ ଭଡା ୮ ପଇସା ବୃଦ୍ଧି ପାଇି ।

ଏହାଫଳରେ ଅର୍ଡିନାରୀ ବସ ଭଡା କିମି ପିଛା ୫୦ ପଇସାରୁ ୫୫ ପଇସା, ଏକ୍ସପ୍ରେସ ଭଡା ୫୩ ପଇସାରୁ ୫୮ ପଇସା, ଡିଲକ୍ସ ଭଡା ୭୦ ପଇସାରୁ ୭୬ ପଇସା, ଏବଂ ଏସି ବସ ଭଡା ୮୫ ପଇସାରୁ ୯୩ ପଇସାକୁ ବୃଦ୍ଧି ପାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version