Site icon Odisha.com

ଭୁବନେଶ୍ୱର– ଝାରସୁଗୁଡାରୁ ବିମାନସେବା ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨ (ଓଡ଼ିଶା ଡ଼ଟ୍ କମ୍)– ଝାରସୁଗୁଡାରୁ ବହୁ ପ୍ରତିକ୍ଷିତ ବିମାନସେବା ଆଜି ଆରମ୍ଭ ହୋଇଛି । ପରୀକ୍ଷା ମୁଳକ ଉଡାଣରେ ଏହି ବିମାନ ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ସ୍ଥାନୀୟ ଏୟାରପୋର୍ଟରେ ସକାଳ ୯ଟା ୪୫ମିନିଟ୍ରେ ପହଞ୍ଚିଥିଲା ।

ଏୟାର ଓଡିଶା ଅଧିକାରୀ ଏବଂ ଝାରସୁଗଡା ଏସ୍ପି କର୍ମେଶ କଁୱାର ପ୍ରମୁଖ ଏହି ବିମାନରେ ଆସିଥିଲେ । ୯ ସିଟି ବିଶିଷ୍ଟ ଏହି ବିମାନ ଭୁବନେଶ୍ୱରରୁ ଝାରସୁଗୁଡା ଦେଇ ରାଉରକେଲାକୁ ପ୍ରତିଦନ ଚଳାଚଳ କରିବ ।

ଭୁବନେଶ୍ୱରରୁ ଦିନ ୧୧ଟା ବେଳେ ବାହାରି ୧୨ଟା ବେଳେ ଝାରସୁଗୁଡାରେ ପହଞ୍ଚିବ । ଦିନ ୧୨ଟା ୩୦ ବେଳେ ରାଉରକେଲା ଅଭିମୁଖେ ଯିବ ବିମାନ ।

ଫେରନ୍ତା ଯାତ୍ରାରେ ରାଉରକେଲାରୁ ଅପରାହ୍ନ ୩ଟା ୫୦ରୁ ବାହାରି ଝାରସୁଗୁଡାରେ ୪ଟା ୧୦ ମିନିଟ୍ରେ ପହଞ୍ଚିବ । ଅପରାହ୍ନ ୪ଟା ୩୦ରୁ ଝାରସୁଗୁଡାରୁ ବାହାରି ୫ଟା ୩୦ ମିନିଟ୍ ରେ ଭୁବନେଶ୍ୱରରେ ପହଞ୍ଚିବ ।

ଭୁବନେଶ୍ୱରରୁ ଝାରସୁଗୁଡା ଭଡା ୫୪୯୯ ଟଙ୍କା ରଖାଯାଇଛି । ଏୟାର ଓଡିଶା ତରଫରୁ ଝାରସୁଗୁଡା, ରାଉରକେଲା ସହିତ ରାୟପୁରୁକୁ ମଧ୍ୟ ସଂଯୋଗ କରିବା ଲାଗି ଯୋଜନା କରାଯାଇଛି । ରାୟପୁରକୁ ଆସନ୍ତା ୯ ତାରିଖରେ ଉଡାଣ ହେବ ବୋଲି ସୂଚନା ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version