Site icon Odisha.com

ଗୁଳିକାଣ୍ଡ ପ୍ରତିବାଦରେ ସମ୍ବଲପୁରରେ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)–ସମ୍ବଲପୁର ଗୋଲବଜାରରେ ଦାଦା ବଟିକୁ କେନ୍ଦ୍ରକରି ଘଟିଥିବା ଗୁଳିକାଣ୍ଡ ପ୍ରତିବାଦରେ ଆଜି ବନ୍ଦ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ ରହିଥିଲା । ଗୁଳିମାଟରେ ଆହତଙ୍କ ଅବସ୍ଥା ସ୍ଥିର ରହିଛି ।

ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସେକ୍ ମୁଜିର ସହିତ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତ ଫେରାର ଅଛନ୍ତି । ଆଗକୁ ଗୋଲ ବଜାରର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ଦାବି କରିଛନ୍ତି ବ୍ୟବସାୟୀ ମାନେ ।

ଦାଦା ବଟି ନଦେବାରୁ ଗୁରୁବାର ଅପରାଧୀମାନଙ୍କ ଆକ୍ରମଣର ଶୀକାର ହୋଇଥିବା ଗୋଲବଜାରର ବ୍ୟବସାୟୀ ସୀତାରାମ ସାହୁ ପୁଲିସରେ ଏତଲା ଦେଇଥିବାରୁ ଶୁକ୍ରବାର ଦିନ ଗୁଳିମାଡ଼ ଖାଇଥିଲେ । ତାଙ୍କୁ ସୁରକ୍ଷା ଦେଇଥିବା ଅନ୍ୟ ଜଣେ ଦୋକାନୀ ତ୍ରିଲୋକ ସାହା ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି ।

ଏହା ସ୍ଥାନୀୟ ବ୍ୟବସାୟୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସେମାନେ ଗୋଲବଜାର ବନ୍ଦ କରି ପ୍ରଥମେ ଟାଉନ ଥାନା ଓ ପରେ ଏସପିଙ୍କ ବାସଭବନ ଘେରାଉ କରିଥିଲେ ବୋଲି ଜଣାପଡ଼ିଛି ।

ପ୍ରଥମ ଆକ୍ରମଣ ହେଲା ପରେ ପୁଲିସ ପର୍ଯ୍ୟାପ୍ତ ସୁରକ୍ଷା ଦେଇଥିଲେ ଅପରାଧୀମାନେ ଦ୍ୱିତୀୟ ଥର ଏଭଳି ମରଣାନ୍ତକ ଆକ୍ରମଣ କରିପାରିନଥାନ୍ତେ ବୋଲି ସେମାନେ କ୍ଷୋଭବ୍ୟକ୍ତ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version