Site icon Odisha.com

ବୋମା ଫୁଟିବାର ୨୪ ଘଣ୍ଟା ପରେ ମଧ୍ୟ ଗିରଫ ହୋଇ ନାହିଁ ଅପରାଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର ,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)–ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ପନ୍ଦରା ସାହିରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଏକ ପାର୍ସଲ ବୋମା ଫୁଟି ଜଣେ ଛାତ୍ରୀ ଆହତ ହେବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅପରାଧିକୁ ଗିରଫ କରିପାରି ନାହିଁ ।

ଗୋଳନ୍ଥରା ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖିପଚରା ଉଚରା କରୁଛି ।

ସୌରୀ ବେହେରା ନିଜ ଘରର କବାଟ ଖୋଲିବା ସମୟରେ ଘର ସମ୍ମୁଖରେ ଗୋଟିଏ ପ୍ଲାଟିକ ଟିଫିନ ବକ୍ସ ଭଳି ପାର୍ସଲ ରଖାଯାଇଥିଲା । ପାର୍ସଲଟି ଜୟନ୍ତୀ ନାମରେ ଆସିଥିବାରୁ ସୌରୀଙ୍କ ଝିଅ ଜୟନ୍ତୀ ଉକ୍ତ ପାର୍ସଲକୁ ଘରକୁ ନେଇଯାଇ ଖୋଲିଦେବାରୁ ବୋମାଟି ପ୍ରଚଣ୍ଡ ଶବ୍ଦ ହୋଇ ଫୁଟିଯାଇଥିଲା ଓ ସେ ଗୁରୁତର ଭାବେ ଆହତ ହୋଇଥିଲେ ।

ସେହିପରି ପନ୍ଦରା ସାହି ନିକଟସ୍ଥ ଖଣ୍ଡିଆ ସାହିର ବାଇନାଥ ବାଡ଼ତ୍ୟାଙ୍କ ଘର ଆଗରେ ମଧ୍ୟ ଠିକ ଏହିଭଳି ଏକ ପାର୍ସଲ ବୋମା ରଖାଯାଇଥିଲା ।

ତେବେ କିଛି ସମୟ ପୂର୍ବରୁ ପନ୍ଦରା ସାହିରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିବାରୁ ଉକ୍ତ ପାର୍ସଲକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ସ୍ଥାନୀୟ ଲୋକମାନେ ପାର୍ଶଲଟିକୁ ଗ୍ରାମ ବାହାରକୁ ନେଇଯାଇଥିଲେ । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଓ ବୋମା ନିଷ୍କ୍ରିୟ ସ୍କ୍ୱାଡ ଘଟଣାସ୍ଥଳରେ ପହଞ୍ଚି ପାର୍ସଲ ବୋମାକୁ ନିଷ୍କ୍ରିୟ କରିଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version