• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶାହା କମିଶନଙ୍କ ଭୁବନେଶ୍ୱରରେ ଖଣି ଫାଇଲପତ୍ର ଯାଞ୍ଚ

November 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)– ଖଣି ଦୁର୍ନୀତିର ତଦନ୍ତ କରିବାକୁ ଆସିଥିବା ଶାହା କମିଶନଙ୍କ ପ୍ରତିନିଧିଦଳ ଦୁଇଦିନ ସରଜମିନ ତଦନ୍ତପରେ ଆଜି ଭୁବନେଶ୍ୱରଠାରେ ବାକିଥିବା ଖଣିର କାଗଜପତ୍ର ଯାଞ୍ଚ କରୁଛନ୍ତି । ଏହା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

କମିଶନ ସଦସ୍ୟ ୟୁ.ଭି.ସିଂ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉ ରରେ କହିଲେ ଗୋଆ ଓ କର୍ଣ୍ଣାଟକରେ ହୋଇଥିବା ଖଣି ଦୁର୍ନୀତି ଠାରୁ ଓଡିଶାର ଦୁର୍ନୀତି ଅନ୍ୟପ୍ରକାର ।

ଏହାପୂର୍ବରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଞ୍ଚଳରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ମଧ୍ୟରେ ୮ଟି ଖଣି ପରିଦର୍ଶନ ସାରି ଶାହା କମିଶନଙ୍କ ୬ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱର ଫେରି ଆସିଛନ୍ତି ।

ପ୍ରଥମ ଦିନରେ କମିଶନ ଗୁଆଲିସ୍ଥିତ ଆର.ପି.ସାଓ ଖଣି, ନୂଆଗାଁ ସ୍ଥିତ କେଜେଏସ ଆଲୁୱାଲିଆ ଖଣି, କୋଇଡ଼ା ଖଣି ମଣ୍ଡଳ ଅଧୀନରେ ଥିବା ରୁଙ୍ଗଟା କମ୍ପାନୀର ନଦୀଡ଼ିହି ବିକୋ ଖଣି ଓ ଟେନସାସ୍ଥିତ ଜିନ୍ଦଲ କମ୍ପାନୀ ଖଣି ପରିଦର୍ଶନ କରିଥିଲେ ।

ଦ୍ୱିତୀୟ ଦିନରେ କମିଶନ ଗୀତାରାଣୀ ମହାନ୍ତି ଲୁହା ଖଣି, ଭଞ୍ଜପାଲ୍ଲୀସ୍ଥିତ ଜିତେନ୍ଦ୍ରନାଥ ପଟ୍ଟନାୟକ ଖଣି ପରିଦର୍ଶନକରି ବଳଦାସ୍ଥିତ ସିରାଜୁଦ୍ଧିନ ଖଣି ପରିଦର୍ଶନ କରିଥିଲେ ।

ଭୁବନେଶ୍ୱରଠାରେ କମିଶନ ବାକିଥିବା ଖଣିର କାଗଜପତ୍ର ଯାଂଚ ସାରିବା ପରେ ଆବଶ୍ୟକ ପଡ଼ିଲେ ପୁଣି ଥରେ କ୍ଷେତ୍ର ପରିଦର୍ଶନ ପାଇଁ ଖଣି ଅଞ୍ଛଳ ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖଣି ଦୁର୍ନୀତି, ଶାହା କମିଶନ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version