Site icon Odisha.com

କୋଇଲା ଦୁର୍ନୀତି: ମନମୁଖିଭାବେ ବ୍ଲକ ଆବଣ୍ଟନ କରିଛି କେନ୍ଦ୍ର: ମହତାବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)– କୋଇଲା ଦୁର୍ନୀତିର ତଦନ୍ତ ପାଇଁ ଓଡିଶା ଆସିଥିବା ସଂସଦର ପବ୍ଲକ ଏକାଉଣ୍ଟସ କମିଟି ତଦନ୍ତଜାରି ରଖିଛି ।

କମିଟିର ସଦସ୍ୟ ଭତୃହରି ମହତାବ କହିଛନ୍ତି କେନ୍ଦ୍ର ସରକାର ଓଡିଶାରେ ଯେତିକି କୋଇଲା ଆବଣ୍ଟନ କରିଛନ୍ତି ତାହା ମନମୁଖିଭାବରେ କରାଯାଇଥିବାର କମିଟି ହୃଦବୋଧ କରିଛି ।

ଯେତେ ପରିମାଣର କୋଇଲା ବ୍ଲକ ଓଡିଶାରୁ ଦିଆଯାଇଛି ସଂଖ୍ୟାଧିକ ବ୍ଲକକୁ କେନ୍ଦ୍ର ସରକାର ମନମୁଖିଭାବେ ଆବଣ୍ଟନ କରିଛନ୍ତି ।

ଗୋଟିଏ କଂପାନୀ ପାଇଁ ରାଜ୍ୟ ସରକାର ସୁପାରିଶ କରିଥିବାବେଳେ କେନ୍ଦ୍ର ସରକାର ଆଉ ତିନୋଟି କଂପାନୀକୁ ତା ସହିତ ଯୋଡି କରିଦେଇଛନ୍ତି ସେ ତଥ୍ୟ ମଧ୍ୟ ପଦାକୁ ଆସିଛି ।

ଏହାବାଦ ଓମ୍ସି -ସୈନିକ ଖଣି ବାବଦରେ ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିଛନ୍ତି ପିଏସି ବୋଲି ମହାତାବ ଉଲ୍ଲେଖ କରିଛନ୍ତି ।

ଏମ୍ସିଏଲର ବରିଷ୍ଠ ଅଧିକାରୀଙ୍କ ସହ ପିଏସିର ୭ଜଣ ସଦସ୍ୟ ଆଲୋଚନା କରିଥିଲେ ।

କମିଟିରେ ମହତାବଙ୍କ ସମେତ କଂଗ୍ରେସ ସାଂସଦ ସୈଫସୁଦ୍ଧିନ ସୋଜ, ସିପିଏମର ପ୍ରଶାନ୍ତ ଚାଟାର୍ଜୀ, ବିଜେପିର ଅନନ୍ତ ହେଗଡେ ଓ ଶ୍ରୀପଦ ନାୟକ, ତୃଣମୂଳ କଂଗ୍ରେସର ଶୁଭେନ୍ଦୁ ଶେଖର ରାୟ ଓ ଶିବସେନାର ଆନନ୍ଦ ରାଓ ଆଦସୁଲ ସାମିଲ ଅଛନ୍ତି ।

ଶନିବାରଠାରୁ ପିଏସି କୋଇଲା ଦୁର୍ନୀତି ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ଏହି କ୍ରମରେ ୨୦୦୫ରୁ ୨୦୦୯ମସିହା ମଧ୍ୟରେ ରାଜ୍ୟରେ ହୋଇଥିବା କୋଇଲା ବ୍ଳକ ଆବଂଟନ ସଂକ୍ରାନ୍ତ କାଗଜପତ୍ର ଯାଂଚ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version