• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଡାକ୍ତରଙ୍କ ମୃତ୍ୟୁ ନେଇ ଚର୍ଚ୍ଚା

November 4, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ,ନଭେମ୍ବର ୪ (ଓଡ଼ିଶା ଡ଼ଟ୍ କମ୍)– କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତର ୨୩ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁର କାରଣ ଉପରୁ ପରଦା ହଟି ପାରିନାହିଁ । ଆତ୍ମହତ୍ୟା ପଛରେ ଲୁଚିରହିଥିବା ପ୍ରକୃତ କାରଣ ଉନ୍ମୋଚନ ହୋଇ ପାରିନାହିଁ ।

ଏ ଘଟଣାର ପ୍ରତ୍ୟେକ୍ଷଦର୍ଶୀ ରେଳ କର୍ମଚାରୀ କିଶୋର ଚନ୍ଦ୍ରଙ୍କ ବୟାନ ହେଉଛି ପୁରୀ ଆଡୁ ନୀଳାଚଳ ଏକ୍ସପ୍ରେସ ଟ୍ରେନ ଆସୁଥିଲା । ଟ୍ରେନ ଷ୍ଟାଟର ସିଙ୍ଗନାଲ ପାର ହୋଇ ଯିବପରେ ଟ୍ରେନ ଆଗରେ ମାଧବୀ ମୁଣ୍ଡଦେଇ ଶୋଇ ପଡିଥିଲେ । କଟି ଗଲା କଟିଗଲା ବୋଲି ଚିତ୍କାର କରିଥିଲି । ମାତ୍ର ୨ସେକେଣ୍ଡ ମଧ୍ୟରେ ଗାଡି ମାଡିଗଲା ।

ମାଧବୀ ବଦଳି କରିବା ଘଟଣାକୁ ନେଇ ଏବେ ମଧ୍ୟ ତଦନ୍ତ ଚାଲିଛି । ପୁଣି ୨୦୧୧ ମସିହାରେ ମାଧବୀଙ୍କୁ ଜଣେ ଡାକ୍ତର ରେବଣା ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଶାଳୀନ ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା ।

ଏଇ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଜୋାତି ପାଣିଗ୍ରାହୀ ଦ୍ୱିତୀୟ ଥର ପୁରୀ ଗସ୍ତରେ ଆସି ସିଡିଏମ୍ଓଙ୍କ ସହିତ ଆଲୋଚନା କରିଛନ୍ତି ।

ସେ ଅଭିଯୋଗ ଉପରେ ତଦନ୍ତ କରିଥିଲେ ମଧ୍ୟ ଏ ଘଟଣା ପଛରେ କଣ ଅଛି ତାହା ସ୍ପଷ୍ପ ହୋଇ ପାରିନାହିଁ । କାହା ଚାପରେ ମାଧବୀଙ୍କୁ ରେବଣା ନୂଆଗାଁରୁ କଣାସ ବଦଳି କରାଯାଇଥିଲା ବୋଲି ଶ୍ରୀମତୀ ପାଣିଗ୍ରାହୀ ସିଡିଏମଓ ଡାକ୍ତର ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ପଚାରିଥିଲେ ।

ସିଡିଏମଓ କମିଶନଙ୍କୁ ଜଣାଇଥିଲେଯେ ମନ୍ତ୍ରୀ, ବିଧାୟକ ଓ ଜିଲା ପରିଷଦ ସଭାପତିଙ୍କ ସୁପାରିଶ ଅନୁଯାୟୀ ମାଧବୀଙ୍କୁ ଗତ ମଇମାସ ୧୦ତାରିଖ ଦିନ ରେବଣା ନୂଆଗାଁରୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି କରାଯାଇଥିଲା ।

ମାଧବୀଙ୍କ ବିରୋଧରେ କୌଣସି ଅଭିଯୋଗ ନଥିଲେ ମଧ୍ୟ ସେ ବାରଂ ବାରମ୍ବାର ବଦଳି ସତ୍ୱେ ପ୍ରତିଦିନ ମେଡିକାଲ ଯାଇ ରୋଗୀମାନଙ୍କୁ ଚିକିତ୍ସା କରୁଥିଲେ ।

ଶ୍ରୀମତୀ ପାଣିଗ୍ରାହୀ ସର୍କିଟ ହାଉସକୁ ଯାଇ ମାଧବୀ ୧୨ତାରିଖ ଦିନ ମାଳତୀପାଟପୁର ରେଳଷ୍ଟେସନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ମଧ୍ୟ ନିଖୋଜ ରିପୋର୍ଟ ପାଇଥିବା କୁମ୍ଭାରପଡା ଥାନା ପୁଲିସ ୧୫ଦିନ ପର୍ଯ୍ୟନ୍ତ ସେସମ୍ପର୍କରେ କିପରି ଜାଣିପାରିଲା ନାହିଁ ବୋଲି କମିଶନ ସେଠାରେ ଭାରପ୍ରାପ୍ତ ଏସପି ଦୟାନିଧି ଗୋଚ୍ଛାୟତଙ୍କୁ ପଚାରିଥିଲେ । ପୁଲିସ ତଦନ୍ତରେ କମିଶନ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜିଆରପି ପୁଲିସ ଓ ଶବ ପୋତିଥିବା କର୍ମଚାରୀଙ୍କ ବୟାନରେ ତାଳମେଳ ରହୁନଥିବାରୁ କମିଶନ କ୍ଷୋଭ ପ୍ରକାଶ କରିଥିଲେ । ମାଧବୀଙ୍କ ଶବ ଗତକାଲି ଶ୍ମଶାନରୁ ଗାଏବ ହୋଇଯିବା ଘଟଣାର ସତ୍ୟତା ଜାଣିବାପାଇଁ ପାଣିଗ୍ରାହୀ ସଂପୃକ୍ତ ସ୍ଥାନକୁ ଯାଇ ସେ ସ୍ଥାନରେ କୌଣସି ଶବ ପୋତାଯାଇନଥିବା ତଦନ୍ତ ସମୟରେ ଜଣାପଡିଥିଲା ।

ଏଥିସହିତ ସେ ମାଧବୀଙ୍କ ମଧୁବନସ୍ଥିତ ମାଉସୀଘରକୁ ଯାଇ ମଧ୍ୟ ଏହି ଘଟଣାର ଆଲୋଚନା କରିଛନ୍ତି । ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆତ୍ମହତ୍ୟା, ନୀଳାଚଳ ଏକ୍ସପ୍ରେସ, ପୁଲିସ, ମାଧବୀଲତା ମୃତ୍ୟୁ, ସିଡିଏମଓ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version