Site icon Odisha.com

ନଭେମ୍ବର ୧୪ରେ ପିକକ୍ ଶିଶୁମେଳା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୪ (ଓଡ଼ିଶା ଡ଼ଟ୍ କମ୍)–ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ପିପୁଲସ କଲଚରାଲ ସେଂଟର ତରଫରୁ ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଠାରୁ ନଭେମ୍ବର ମାସ ୨୦ ତାରିଖ ବିଶ୍ୱ ଶିଶୁ ଅଧିକାର ଦିବସ ପର୍ଯ୍ୟନ୍ତ ପିକକ୍ ଶିଶୁମେଳା ଅନୁଷ୍ଠିତ ହେବ ।

ୟୁନିଟ-୩ ଏକାମ୍ର ହାଟରେ ଅନୁଷ୍ଠିତ ହେବାକୁ ଥିବା ଏକ ସପ୍ତାହବ୍ୟାପି ଏହି ଶିଶୁ ମେଳାରେ ପ୍ରତ୍ୟେକ ସଂଧ୍ୟାରେ ପିଲାମାନଙ୍କ ଦ୍ୱାରାଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ ।

ସଂଗୀତ ପ୍ରତିଯୋଗିତା, ଆଧୁନିକ ନୃତ୍ୟ ପ୍ରତିଯୋଗିତା, କୌତୁକ ପୋଷାକ ପ୍ରତିଯୋଗିତା, ରାଇମସ ପ୍ରତିଯୋଗିତା, ଟ୍ୟାଲେଂଟ ହଟ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ ।

ଏଥିସହିତ ନୃତ୍ୟ ଉତ୍ସବ, ଶିଶୁ ନାଟକ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ବାଜିରାଉତ ସମ୍ମାନ, ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ, ଶିଶୁ ପ୍ରତିଭା ସମ୍ମାନ, ସ୍ୱରୂପ ଜେନା ସ୍ମାରକୀ ସମ୍ମାନ,ଶିଶୁ ଅଧିକାର ସୁରକ୍ଷା ସମ୍ମାନ ଓ ଶିଶୁ ସାଥି ସମ୍ମାନ ପ୍ରଦାନ କରାଯିବ ।

ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଇଛୁକ ଥିବା କିମ୍ବା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ପିକକ୍ କାର୍ଯ୍ୟାଳୟ ଫୋନ ନମ୍ବର ୦୬୭୪-୨୩୮୨୧୭୫ରେ ଯୋଗାଯୋଗ କରିବାକୁ ଅନୁଷ୍ଠାନର ସଂପାଦକ ରଂଜନ ମହାନ୍ତି ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version