ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବଲାଙ୍ଗୀର,ନଭେମ୍ବର ୪ (ଓଡ଼ିଶା ଡ଼ଟ୍ କମ୍)–ବଲାଙ୍ଗୀର ଜିଲ୍ଲା ଖପରାଖୋଲ ବ୍ଲକ ରେଙ୍ଗାଲି ଗାଁରେ ଘରେ ପଶି ମାଓବାଦୀମାନୋ ପୋଲିସ ଇନ୍ଫର୍ମର ଓ ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ମୁରଲୀ ମେହେରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ।
ଶନିବାର ରାତି ପ୍ରାୟ ୯ଟାରେ ମାଓବାଦୀମାନେ ମୁଲରୀଙ୍କ ଘରେ ପସି ମୁଣ୍ଡରେ ଗୁଳି ମାରିବା ପରେ ଦେହସାରା ଟାଙ୍ଗିଆରେ ହାଣି ଅତି ନୃଶଂସଭାବରେ ହତ୍ୟା କରିବାପରେ ପୋଷ୍ଟର ଛାଡି ଯାଇଛନ୍ତି ।
ଘଟଣାପରେ ଆଜି ସକାଳୁ ବଲାଙ୍ଗୀର, ନୂଆପଡା ସୀମାନ୍ତ ଫରୁଆ ମୁଣ୍ଡା ଗାଁ ଜଙ୍ଗଲରେ ପୋଲିସ କମ୍ବିଂ ଅପରେସନ ଚଳାଇଛି । ମୁହାଁମୁହିଁ ହେଲେ ପୋଲିସ ଏବଂ ମାଓବାଦୀ । ଦୀର୍ଘ ସମୟଧରି ଉଭୟପଟୁ ଗୁଳି ବିନିମୟ ହେଲା । ଶେଷରେ ପୋଲିସକୁ ଚକମା ଦେଇ ପଳାଇଗଲେ ମାଓବାଦୀ ।
ପୋଲିସ ଜଙ୍ଗଲ ଭିତରେ ଗୋଟିଏ ମାଓ କ୍ୟାମ୍ପକୁ ଠାବ କରିବା ସହିତ ଅନେକ ବିସ୍ପୋରକ ସହିତ ମାଓ ସାମଗ୍ରୀ ଜବତ କରିଛି ।
ଡିଆଇଜି ସଂଜୟ କୁମାର କହିଛନ୍ତି ଯେହେତୁ ସେ ମଦ ବିକ୍ରୀ କରୁଥିଲା ସେହି ରାଗରେ ମାଓବାଦୀମାନେ ତାକୁ ହତ୍ୟା କରିଛନ୍ତି । ସଂଘର୍ଷବେଳେ କିଛି ମାଓବାଦୀ ଆହତ ହୋଇଥାଇପାରନ୍ତି ବୋଲି ଆମେ ଆଶା କରୁଛୁ ।
ଓଡ଼ିଶା ଡ଼ଟ୍ କମ୍
Leave a Reply