Site icon Odisha.com

ଭବାନୀପାଟଣା ସମାବେଶ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଛି: ଜନମୋର୍ଚ୍ଚା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଧର୍ମଗଡ,ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) -ଓଡିଶା ଜନମୋର୍ଚ୍ଚାର ୧୯ ନଭେମ୍ବର ଭବାନୀପାଟଣା ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଛି ବୋଲି ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି ।

ଏକ ଚକ୍ରାନ୍ତକାରୀ ଗୋଷ୍ଠୀ ନବୀନ ନିବାସ ଇଙ୍ଗିତରେ ଏହାକୁ ଭଣ୍ଡୁର କରିବା ପାଇଁ ଲାଗିଛନ୍ତି । ସେମାନଙ୍କର ଚକ୍ରାନ୍ତ ବିଫଳ ହେବ ଏବଂ ଯାହାକଲେ ବି ମୋର୍ଚ୍ଚର ଏହି ସମାବେଶ ଅଧିକରୁ ଅଧିକ ସଫଳ ହେବ ବୋଲି ଧର୍ମଗଡରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି ମୋର୍ଚ୍ଚାର ପ୍ରବକ୍ତା ଯଜ୍ଞେଶ୍ୱର ବାବୁ ।

ସେ କହିଛନ୍ତି ବର୍ତମାନ ଜନସାଧାରଣ ସଚେତନ ଓ ଜାଗରୁକ ହୋଇଛନ୍ତି । ଏଭଳି କାମ କରିବା ଦ୍ୱାରାଚକ୍ରାନ୍ତକାରୀ ଗୋଷ୍ଠୀଙ୍କର ହିନମନ୍ୟତାର ଭାବ ପ୍ରକାଶ ପାଉଛି । ଜନସାଧାରଣ ତାର ଠିକ୍ ପ୍ରତିହତ କରିବେ । ଆମ ତରଫରୁ ଆମେ କୌଣସି ଅଗଣତାନ୍ତ୍ରୀକ ପଦ୍ଧତି ଅବଲମ୍ବନ କରିବୁ ନାହିଁ ।

ପୂର୍ବତନ ମନ୍ତ୍ରୀ ପଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି କୌଣସି ସମାବେଶକୁ ନେଇ ବିଜେଡି ବିଚଳିତ ନୁହେଁ । ଜନମୋର୍ଚ୍ଚା ନିଜେ ନିଜର ଭୟକୁ ବାହାରେ ପ୍ରକାଶ କରୁଛନ୍ତି । ସେମାନେ ଭୟ କରୁଛନ୍ତି । କହୁଛନ୍ତି ବିଜୁ ଜନତାଦଳ ସମାନ୍ତରାଳ ମିଟିଙ୍ଗ କରୁଛନ୍ତି । ଏକଥା ବିଜୁ ଜନତା ଦଳ କେତେବଳେ କହିନାହିଁ । ଦଳ ପକ୍ଷରୁ ସେଭଳି ନିସ୍ପତି ନିଆଯାଇ ନାହିଁ କି ନିଆଯିବାର ଆବଶ୍ୟକତା ନାହିଁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version