Site icon Odisha.com

ମହିଳା ଡାକ୍ତର ମୃତ୍ୟୁ ଘଟଣା:କ୍ରାଇମବ୍ରାଞ୍ଚ ଟିମ୍ ର ପୁରୀ ଗସ୍ତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) –ଆୟୁର୍ବେଦିକ୍ ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ହାତକୁ ନେଇଛି ।

ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ଥାନାରେ ଏକ ମାମଲା ରୁଜୁ ହୋଇଛି । ଡିସିପି ଓ ୩ ଜଣ ଅଫିସଙ୍କୁ ନେଇ ଗଠିତ ଏହି ଟିମ୍ ଆଜି ପୁରୀ ଗସ୍ତ କରିବେ ବୋଲି କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ବିଜୟକୁମାର ଶର୍ମା ସୂଚନା ଦେଇଛନ୍ତି ।

ସେହିପରି ମହିଳା କଂଗ୍ରେସର ଅଭିଯୋଗକ୍ରମେ ରାଜ୍ୟ ମାନବାଧିକାର କମିଶନ ପୁରୀ ଏସପି ଏବଂ କଟକ ରେଳବାଇ ଏସପିଙ୍କୁ ଡାକ୍ତର ମାଧବୀଲତାଙ୍କ ମାମଲାରେ ଯେଉଁସବୁ ଅନୁସନ୍ଧାନ ହୋଇଛି ତା’ର ରିପୋର୍ଟ କଟକସ୍ଥିତ ରାଜ୍ୟ ମାନବାଧିକାର ସୁରକ୍ଷା ସେଲରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ।

ମହିଳା କମିଶନର ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଏହି ଘଟଣାର ଅନୁଧ୍ୟାନ ପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version