Site icon Odisha.com

ତ୍ରିବେଣୀକୁ ପଚରା ଉଚରା କରିବ ସାହା କମିଶନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)-ଗୁରୁବାର ବେଆଇନ ଖଣିିଜ ପଦାର୍ଥ ଉତୋଳନ ମାମଲାରେ ଜିନ୍ଦଲ ଓ ସାରଦା ଖଣି କର୍ତୃପକ୍ଷକୁ ଜେରା କରିଥିବା ବେଳେ ଶୁକ୍ରବାର ଦିନ ତ୍ରିବେଣୀ ଆର୍ଥ ମୋଭରସ୍ କମ୍ପାନୀକୁ ପଚରା ଉଚରା କରିବାକୁ ସାହା କମିଶନ ସ୍ଥିର କରିଛନ୍ତି ।

କେତେକ ଖଣି କମ୍ପାନୀରେ ତ୍ରିବେଣୀ ପୁଞ୍ଜି ଖଟାଇଥିବା କମିଶନରଙ୍କ ନଜରକୁ ଆସିଛି । ଏମ୍ ସିଆର ଧାରା ୧୯୬୦,ଧାରା ୩୭ ଅନୁସାରେ କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମତି ବିନା କୌଣସି ଲିଜ୍ଧାରୀ ଆଉ କାହାକୁ ଖଣି ସବ୍ଲେଟ ଦେଇ ପାରିବେ ନାହିଁ । କିମ୍ବା ଖଣିରେ ଆଉ କେହି ଅର୍ଥ ନିବେଶ କରିପାରିବେ ନାହିଁ ।

କବିତା ଅଗ୍ରୱାଲ, ଆରିୟାନ ଏଣ୍ଡ କୋ ମାଇନ୍ସ , ମାଲାରାୟ ଆଣ୍ଡ ଅଦରସ୍, ମେସ୍କୋ, ଶାରଦା, ଆରପିସାଓ ମାଇନ୍ସ, କେଜେଏସ୍ ଆଲୁୱାଲିଆ, ଇନ୍ଦ୍ରାଣି ପଟ୍ଟନାୟକ ଭଳି ରାଜ୍ୟର ପ୍ରାୟ ୧୦ଟି ଖଣି କମ୍ପାନୀ ଏହିଭଳି ଆଇନ ଉଲ୍ଲଘଂନ କରିଥିବାର ଅଭିଯୋଗ ହୋଇଥିଲା । ରାଜ୍ୟ ସରକାରଙ୍କ ଅଜାଣତରେ ଏବଂ ଅନୁମୋଦନ ବିନା ଉତୋଳନ କାମରେ ଲାଗିଥିବା କମ୍ପାନୀ ଖଣିକାରବାରରେ ପୁଞ୍ଜି ବିନିଯୋଗ କରିବା ବେଆଇନ ବୋଲି ରାଜ୍ୟ ଖଣିନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି ।

ଶାହା କମିଶନଙ୍କ ପ୍ରତିନିଧିଦଳ ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଖଣି ଦୁର୍ନୀତି ସଂପର୍କରେ ତଥ୍ୟ ସଂଗ୍ରହ କରିବେ । ଏହାସହ କାଲି କମିଶନରଙ୍କ ଆଗରେ ଆୟକର ଓ ବିକ୍ରିକର ବିଭାଗର ଅଧିକାରୀ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡିଶା ଡଟ୍ କମ୍

Exit mobile version