Site icon Odisha.com

ମାଧବୀଲତା ମୃତ୍ୟୁ: ସିଡିଏମ୍ଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍)-ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ପୁରୀ ସିଡିଏମଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ।

ତଦନ୍ତ ରିପୋର୍ଟରେ ସେ ଏଥିସହ ସରକାରଙ୍କୁ ମୃତ ମାଧବୀଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ମଧ୍ୟ ସୁପାରିଶ କରିଛନ୍ତି । ମହିଳା କମିଶନ ଅଧ୍ୟକ୍ଷା ଆହୁରି କହିଛନ୍ତ ଯେ ଯଦି ଦରକାର ପଡେ ସେ ଏମାମଲାରେ ସଂଗ୍ରହ କରିଥିବା କାଗଜପତ୍ର ସବୁ କ୍ରାଇମବ୍ରାଞ୍ଚ କୁ ମଧ୍ୟ ଦେବେ ।

ସେ କହିଛନ୍ତି ସିଡିଏମଓ ଯେଉଁ ବଦଳି କରିଥିଲେ ତାହା ଠିକ୍ ପ୍ରୋସେସରେ ସେ କରି ନାହାଁନ୍ତି । ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ପୋଷ୍ଟମଟମ୍ ପାଇଁ ଆସୁଥିବା ଅଚିହ୍ନା ଶବର ପରିଚୟ ପାଇଁ ବିଭିନ୍ନ ଗଣମାଧ୍ୟମକୁ ସାଙ୍ଗେସାଙ୍ଗେ ଦିଆଯାଉ । ଯାହାଦ୍ୱାରାକି ସେହି ଅପରିଚିତ ଶବକୁ ଲୋକେ ଚିହ୍ନି ପାରିବେ । ତେଣୁକରି ପରିବାର ଲୋକ ଅତି ନିକଟରେ ଥାଇ ମଧ୍ୟ ମାଧବୀଲତାର ଶବ ପାଇପାରିଲେ ନାହିଁ ।

ଏ ଘଟଣାକୁ ନେଇ ଏଆଇଡିଡବ୍ଲୁଏ ଉପସଭାପତି ତାପସୀ ପ୍ରହରାଜ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ଯେ, ମହିଳା କମିଶନ ଯେଉଁ ତଦନ୍ତ ରିପୋର୍ଟ ଦେଇଛନ୍ତି କାହା ସ୍ୱାର୍ଥରେ । ଯାହା ଜଣାପଡୁଛି ଦଳୀୟ ବିଧାୟକଙ୍କୁ ସୁରକ୍ଷା ଦେବାପାଇଁ କରିଛନ୍ତି । ସେ ଜଣେ ଦଳୀୟ ନିଷ୍ଠାପର କର୍ମୀ ଭାବରେ ଜଣେ ଦଳୀୟ ନେତାଙ୍କୁ ସୁରକ୍ଷା ଦେଲେ ଆମର କିଛି କହିବାର ନାହିଁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version