ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବାଲିଗୁଡା, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍)-କନ୍ଧମାଳ ବାଲିଗୁଡାରେ ଆନ୍ଦୋଳନକାରୀଙ୍କୁ ପୋଲିସର ଲାଠି ଚାର୍ଜ କରିଛି । ଆନ୍ଦୋଳନକାରୀଙ୍କୁ ରାସ୍ତା ଉପରୁ ଘଉଡାଇବାକୁ ପୋଲିସ ଏପରି କରିଛି ବୋଲି ଅଭିଯୋଗ ହୋଇଛି ।
ସ୍ୱାସ୍ଥ୍ୟସେବା ବିପଯ୍ୟସ୍ତ ହୋଇପଡିଥିବା ଯୋଗୁଁ ତାର ପ୍ରତିବାଦରେ ବାଲିଗୁଡା ବ୍ଲକର ପାଞ୍ଚଟି ଉପଖଣ୍ଡଗାଁର ଲୋକ ରାସ୍ତା ଉପରେ ବସିଥିଲେ ।
ଶୁକ୍ରବାର ସକାଳେ ସବ୍କଲେକ୍ଟର ଗାଡି ଆସିବା ବେଳେ ମଧ୍ୟ ରାସ୍ତାଉପରେ ବସିଥିବା ଲୋକମାନେ ତାଙ୍କୁ ଛାଡି ନଥିଲେ । ସେମାନଙ୍କୁ ରାସ୍ତା ଉପରୁ ଘଉଡାଇବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା । ଏହାକୁ ନେଇ ଉତେଜନା ପ୍ରକାଶ ପାଇଛି ।
ପରେ ଅନଶନକରୀମାନେ ରାସ୍ତା ଉପରୁ ହଟି ଯାଇଛନ୍ତି । ପରବର୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ସଂଧ୍ୟାରେ ସ୍ୱାଥ୍ୟ ସେବା କ୍ରୀୟାନୁଷ୍ଠାନ କମିଟି ବୈଠକ ବସିବ ବୋଲି ସୂଚନା ମିଳିଛି ।
ଓଡ଼ିଶା ଡ଼ଟ୍ କମ୍