Site icon Odisha.com

ଆରଏସ୍ପି ପ୍ରଶାସନିକ ଭବନରେ ନିଆଁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ରାଉରକେଲା ଷ୍ଟିଲ ପ୍ଳାଣ୍ଟର ପ୍ରଶାସନିକ ଭବନରେ ଆଜି ସକାଳୁ ନିଆଁ ଲାଗିଯାଇଥିଲା । ଇଆରପି ସେ ର ୧ରେ ଏହି ନିଆଁ ଲାଗିଥିଲା । ଏଥିରେ କେତେକ କମ୍ପ୍ୟୁଟର ମଧ୍ୟ ପୋଡି ପାଉଁଶ ହୋଇ ଯାଇଛି ।

ଏହି ଅଗ୍ନୀକାଣ୍ଡ ଯୋଗୁଁ କାର୍ଯ୍ୟାଳୟରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡି ନଷ୍ଟ ହୋଇ ଯାଇଛି । ଏହି ଭବନରେ ପ୍ଳାଣ୍ଟ ଫାଇନାନ୍ସ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଡାଟା ଥିଲା । ଏହି ଭବନରେ କର୍ମଚାରୀଙ୍କ ଦରମା ପତ୍ର କାମ ହୋଇଥାଏ ।

କେଉଁଥି ପାଇଁ ନିଆଁ ଲାଗିଲା ତାହା ଜଣା ପଡି ନଥିଲେ ମଧ୍ୟ ଏହି ନିଆଁକୁ ଅଗ୍ନୀଶମ କର୍ମଚାରୀ ଆୟତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version